
ସତ୍ୟଶିଖା (ନୂଆଦିଲ୍ଲୀ) ୨୭/୧୧/୨୦୨୦ : ଇଣ୍ଡିଆନ୍ ଆଇଡଲ୍ ରିଆଲିଟି ଶୋ’ ପୁଣି ଥରେ ନୂଆ ସିଜିନ୍ ସହିତ, ଆସିବାକୁ ଯାଉଛି । କରୋନା ମହାମାରୀ ସମୟରେ ମଧ୍ୟ ଦେଶର କୋଣ-ଅନୁକୋଣରୁ ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ଭାଗ ନେବାକୁ ବେଶ ଉତ୍ସାହିତ ଅଛନ୍ତି । ଏଥର ପୁଣି ଥରେ, ଏହି ଶୋ’ରେ ଭାଗ ନେବାକୁ ଏମିତି ଜଣେ ପ୍ରତିଯୋଗୀ ପହଁଚିଛନ୍ତି, ଯିଏକି ଏହା ପୂର୍ବରୁ ମଧ୍ୟ ଇଣ୍ଡିଆନ୍ ଆଇଡଲ୍ ମଂଚରେ ନିଜର ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି । ଇଣ୍ଡିଆନ୍ ଆଇଡଲ୍ ଜୁନିୟରରେ ନିଜର ପରିଚୟ ସୃଷ୍ଟି କରି ସମସ୍ତଙ୍କୁ ନିଜ ସ୍ୱରର ଯାଦୁରେ ଦିୱାନା କରିଥିବା ସିଙ୍ଗର, ବୈଷ୍ଣବ ଏବେ ବଡ ହୋଇଯାଇଛନ୍ତି ଏବଂ ଇଣ୍ଡିଆନ୍ ଆଇଡଲ ୨୦୨୦ରେ ଅଡିସନ୍ ଦେବାକୁ ପହଁଚିଛନ୍ତି । ତାଙ୍କୁ ଦେଖିବା ପରେ ସେଠରେ ଉପସ୍ଥିତ ଥିବା ସମସ୍ତ ଜଜ୍ ବେଶ ଖୁସି ହେଉଥିବା ନଜର ଆସୁଛନ୍ତି ।ପ୍ରକାଶ ଥାଉକି, ଯେତେବେଳେ ଛୋଟବେଳେ ବୈଷ୍ଣବ ଇଣ୍ଡିଆନ୍ ଆଇଡଲ୍ରେ ଭାଗ ନେଇଥିଲେ, ସେତେବେଳେ ସେ ତାଙ୍କ ସ୍ୱରର ଯାଦୁରେ ସମସ୍ତଙ୍କୁ ବେଶ ପ୍ରଭାବିତ କରିଥିଲେ । ଏପରିକି ବଲିଉଡ ଷ୍ଟାର୍ଙ୍କୁ ମଧ୍ୟ ତାଙ୍କର ସ୍ୱର ବହୁତ୍ ପସନ୍ଦ ଆସିଥିଲା । ସୋନି ଏଣ୍ଟରଟେନ୍ମେଣ୍ଟ ବୈଷ୍ଣବଙ୍କର ଅଡିସନ୍ର ଏକ ଛୋଟ କ୍ଲିପ୍ ସେୟାର କରିଛନ୍ତି, ଯେଉଁ ଭିଡିଓରେ ଦେଖାଯାଉଛି ଯେ, ଇଣ୍ଡିଆନ୍ ଆଇଡଲ ଜୁନିୟର୍ରେ ସେ ପ୍ରତିଯୋଗୀ ଥିଲେ ଏବଂ ତାଙ୍କ ଗାୟିକିରେ ଅନିଲ୍ କପୁର,ରିଷି କପୁର ଭଳି ବଲିଉଡ କଳାକାର ବେଶ ଇମ୍ପ୍ରେସ୍ ହୋଇଥିବା ନଜର ଆସୁଛନ୍ତି ।
ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି, ଅନିଲ କପୁର୍ ବୈଷ୍ଣବଙ୍କ ସାମ୍ନାରେ ନତମସ୍ତକ ହେବା ସହିତ,ସେ ଏକଥା ମଧ୍ୟ କହୁଛନ୍ତି ଯେ, ‘ଭାଇ ମୁଁ ତ ୟାଙ୍କୁ କୋଳେଇ ନେବାକୁ ଚାହୁଁଛି । ଏହା ସହିତ ଅଭିନେତା ଜନ୍ ଇବ୍ରାହିମ୍ ବୈଷ୍ଣବଙ୍କୁ ଉଠାଇ ଧରୁଥିବା ନଜର ଆସୁଛନ୍ତି । ରିଷି କପୁର ମଧ୍ୟ ତାଙ୍କୁ ଚିୟର୍ କରିବା ସହିତ, ତୁମେ ରକ୍ଷ୍ଟାର ବୋଲି କହୁଛନ୍ତି ।