ରାଜ୍ୟସ୍ୱାସ୍ଥ୍ୟ

ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ସତ୍ୟଶିଖା(ଭୁବନେଶ୍ୱର) ୧୭.୦୬.୨୦୨୧:  କୋରୋନା ଆକ୍ରାନ୍ତ ହୋଇ ଗୁରୁତର ଓଡିଶାର ଫେମସ କଣ୍ଠଶିଳ୍ପୀ ତପୁ ମିଶ୍ର । ତପୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ପରିବାର ସହ ଫ୍ୟାନ୍ସ ଓ ଶୁଭଚିନ୍ତକ ।

କୋରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ ସ୍ତର ଦିନକୁ ଦିନ କମିବାରେ ଲାଗିଛି ।

ପ୍ରକାଶ ଥାଉକି ତପୁ ଓଡିଆ କଣ୍ଠଶିଳ୍ପୀ । ସେ ଓଡିଆ କଥାଚିତ୍ର ଏବଂ ଆଲବମ୍‌ ଜଗତରେ ଅନେକ ଗୀତ ଗାଇଛନ୍ତି । ଏହାଛଡା ତପୁ ଦୂରଦର୍ଶନର ଗୋଟିଏ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Show More
Back to top button