ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : କାଲିଥିଲା ହାଫ୍, ଆଜି ଫୁଲ ଛାଡଖାଇ । ମାସେ ହେଲା ପାଟିରେ ଆମିଷ ବାଜିନଥିଲା । ଲୋକେ ଛାଡଖାଇକୁ ଅନାଇ ରହିଥିଲେ । ହେଲେ ଅବାରରେ ଅର୍ଥାତ ମଙ୍ଗଳବାର ଛାଡଖାଇ ପଡିବାରୁ ଅନେକ ଆମିଷ ଖାଇପାରି ନାହାନ୍ତି । ଆଉ ବୁଧବାରକୁ ଅପେକ୍ଷା କରି ରହିଛନ୍ତି । କାର୍ତିକ ପାଇଁ ମାସେ ହେଲା ଆମିଷଠାରୁ ମୁହଁ ଫେରାଇ ନେଇଥିବା ରାଜ୍ୟବାସୀ ଆଜି ଆମିଷ ବଜାରରେ ଭିଡ ଲଗାଇବେ । ବିଶେଷ କରି ମଟନ୍ ଦୋକାନରେ ଭିଡ ଜମିବ । ଚିକେନ ଓ ମାଛ ବ୍ୟବସାୟ ମଧ୍ୟ ଭଲ ରହିବ । ସେହି ଆଶାରେ ବ୍ୟବସାୟୀ ବି ପୂର୍ବରୁ ପ୍ରସ୍ତୁତି କରିସାରିଛନ୍ତି । କେବଳ ରାଜଧାନୀ ଭୁବନେଶ୍ୱରରେ ୨ଶହଟି ପଞ୍ଜିକୃତ ମଟନ୍ ଦୋକାନ ଥିବାବେଳେ ବିଭିନ୍ନ ସ୍ଥାନରେ ଆଉ ୧୦୦ଟି ଦୋକାନ ରହିଛି । ଏସବୁ ଦୋକାନରେ ଆଜି ମଟନ କିଲୋପିଛା ଦର ୬୫୦ରୁ ୭ଶହ ଟଙ୍କା ରହିପାରେ । ଗତକାଲି ମଙ୍ଗଳବାର ହେଲେ ବି ଲୋକେ ମାଛ କିଣି ଖାଇଛନ୍ତି ।
ବୁଧବାର ଥିବାରୁ ଭଲ ବେପାର ଆଶାରେ ଆମିଷ ବ୍ୟବସାୟୀ
