ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା।

ସତ୍ୟଶିଖା :୨୫/୦୪/୨୦୨୫:ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ୧୦୭ ତମ ଜାତୀୟ ଉଦ୍ୟାନ ହେଲା ଶିମିଳିପାଳ। ଦୀର୍ଘ ୪୫ ବର୍ଷ ପରେ ଶିମିଳିପାଳକୁ ମିଳିଲା ସଫଳତା। ୧୯୮୦ ମସିହାରେ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ଦିଆଯାଇଥିଲା ପ୍ରସ୍ତାବ ।

ଏସିଆ ମହାଦେଶର ଦ୍ଵିତୀୟ ବୃହତ ସଂରକ୍ଷିତ ବନକ୍ଷେତ୍ର ଭାବେ ପରିଚିତ ଶିମିଳିପାଳକୁ ଶେଷରେ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ମୋଟ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା ହୋଇଛି ।
ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣରେ କାଲିପାହାଡ , ଉତ୍ତରପୂର୍ବ ସୀମା ସୀତକୁଣ୍ଡଠାରୁ ସୁନପୋଖରୀ ପାହାଡ଼ ସେହିପରି ଦକ୍ଷିଣ ପଶ୍ଚିମ ସୀମାର ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଚିହ୍ନିତ କରାଯାଇଛି। ସେହିପରି ଜାତୀୟ ଉଦ୍ୟାନ ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼ ଆଦି ରହିଛି। ଏହି ଘୋଷଣା ପରେ ବଣ୍ୟଜନ୍ତୁ ପ୍ରେମୀ ଓ ମୟୂରଭଞ୍ଜବାସୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

Exit mobile version