ସିଲୁ ସାର ସମ୍ମାନିତ

ସତ୍ୟଶିଖା (ଭୁବନେଶ୍ୱର )୦୪ .୦୩.୨୦୨୧: ସିଲୁ ସାରଙ୍କୁ ରାଜଭବନ ଡାକି  ସମ୍ମାନିତ କରି କରି କରିଛନ୍ତି ରାଜ୍ୟପାଳ। ସୂଚନାଥାଉକି, ୭୪ ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ସିଲୁ ସାରଙ୍କ କଥା ପ୍ରଧାନମନ୍ତ୍ରୀ କହିଥିଲେ । ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସିଲୁ ସାରଙ୍କ ସେବାର ପ୍ରଶଂସକ ପାଲଟି ଯାଇଛନ୍ତି । ଆଉ ପାଦେ ଆଗେଇ ଯାଇଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ସିଲୁ ସାରଙ୍କୁ ରାଜଭବନ ଡାକି ତାଙ୍କୁ ରାଜ୍ୟପାଳ ସମ୍ମାନିତ କରିଛନ୍ତି । ଆଗକୁ ଏହି ସେବା ଜାରି ରଖିବାକୁ ସିଲୁ ସାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।  ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ସିଲୁ ନାୟକ ସାମରିକ ଓ ଅର୍ଦ୍ଧସାମରିକ ସେନାବାହୀନିରେ ଭର୍ତ୍ତି ହେବାକୁ ସ୍ବପ୍ନ ଦେଖୁଥିବା ଯୁବପୀଢିଙ୍କୁ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେଉଛନ୍ତି । ସିଲୁ ନାୟକଙ୍କଠାରୁ ପ୍ରଶିକ୍ଷଣ ପାଇ ୫୦ରୁ ଅଧିକ ଯୁବକ ଏବେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ସାରିଲେଣି ଏବଂ ଏବେ ଆହୁରି ୬୦ ଜଣ ତାଲିମ କେନ୍ଦ୍ରରେ ତାଲିମ ନେବା ଜାରି ରଖିଛନ୍ତି ।

 

Exit mobile version