ମୋବାଇଲରେ ଅଧିକ ଗେମ ଖେଳୁଛନ୍ତି କି ? ସାବଧାନ !


ସତ୍ୟଶିଖା ୧୨ .୦୯.୨୦୨୦ : ଅତ୍ୟଧିକ ଗେମ ଖେଳିଳେ ହୋଇପାରେ ମାନସିକ ରୋଗ । ଏମିତି କିଛି ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ମାନସିକ ବିଶେଷଜ୍ଞ । କାରଣ ଆଜିକାଲି ସମୟରେ ମୋବାଇଲରେ ଗେମ ଖେଳିବାକୁ ଅନେକ ଲୋକ ପସନ୍ଦ କରନ୍ତି । ତେବେ କହିବାକୁ ଗଲେ ଗେମ ନଖେଳିଲେ ନିଦ ଆସୁନଥିବା କଥା ବି ସାମ୍ନାକୁ ଆସିଛି । ତେବେ ଯଦି ଆପଣ ଗେମ ଖେଳର ଅଭ୍ୟସ୍ତ ଅଛନ୍ତି ତେବେ ଏହି ୫ ଉପାୟ ଆପଣାଇଲେ ଗେମ ଖେଳ ଅଭ୍ୟାସ ହୋଇପାରିବ ଦୂର ।
ଅଧିକ ଗେମ ଖେଳିଲେ ହେବ ମାନସିକ ରୋଗ !
ମାନସିକ ରୋଗ ବିଶେଷଜ୍ଞଙ୍କ ଚାଞ୍ଚଲ୍ୟ କର ରିପୋର୍ଟ
ମାନସିକ ସନ୍ତୁଳନ ବିଗିଡିବାର ଗେମ ମୁଖ୍ୟ କାରଣ !!
ତେବେ ଏହାରି ମଧ୍ୟରେ ଭାରତ ସରକାର ପବଜୀ ଗେମ୍ ସମେତ ୧୧୮ ଚାଇନା ଆପ୍ଠୁ ବ୍ୟାନ କରିଛନ୍ତି । ପବଜୀ ଗେମ୍ ବ୍ୟାନ ହେବା ଭାରତ ପାଇଁ ଭଲ ଖବର । କାରଣ ବିଶ୍ୱର ସବୁଠାରୁ ଅଧିକ ୟୁଜର ଭାରତର ଅଛନ୍ତି । ଏହି ଗେମ୍ର ଅଭ୍ୟାସ ପିଲାମାନଙ୍କୁ ଏକ ଖରାପ ଗତି ଦେଖାଇଥାଏ । ଏହି ଗେମ୍ ଯୋଗୁଁ ପିଲାମାନଙ୍କ ମାନସିକ ସନ୍ତୁଳନ ଖରାପ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମେଣ୍ଟାଲ ହେଲ୍ଥ ଏକ୍ସପର୍ଟ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ସେନ୍ସର ଟାୱାର ରିପୋର୍ଟ ଅନୁସାରେ, ସାରା ବିଶ୍ୱରେ ପବ୍ ଗେମକୁ ୭୩ କୋଟିରୁ ଅଧିକ ଲୋକ ଡାଉନଲୋଡ୍ କରିଛନ୍ତି । ଏଥିମଧ୍ୟରୁ ଭାରତରେ ୨୩.୮ ପ୍ରତିଶତ କେବଳ ଭାରତରେ ଡାଉନଲୋଡ ହୋଇଥିବା ନେଇ ସୂଚନା ମିଳିଛି ।
ଗେମ ଖେଳରେ ମସଗୁଲ କେମିତି ହୁଅନ୍ତି ପିଲା ?
ପ୍ରତ୍ୟେକ ଦିନ ଗେମ ଖେଳିବା ଦ୍ୱାରା ଲୋକମାନେ ଅଭ୍ୟାସରେ ପରିଣତ ହୋଇଯାଏ । କାରଣ ଟିକିଏ ସମୟ ପାଇଲେ ଗେମ ଖେଳିବାରେ ମଜିଯାଆନ୍ତି ସେମାନେ । ଡାକ୍ତରଙ୍କ କହିବା ଅନୁସାରେ ଗେମରେ ଅନେକ ଚ୍ୟାଲେଞ୍ଜ ଥାଏ ତେଣୁ ସହଜରେ ପିଲାମାନେ ଏହାସହ ଜଡିତ ହୋଇଯାଆନ୍ତି । ଏବଂ ଯେହେତୁ ଗେମରେ ହାରଜିତର ଫଳାପଳ ଅଳ୍ପ ସମୟ ମଧ୍ୟରେ ଜଣାଯାଏ ତେଣୁ ପିଲାମାନେ ଏଥିଲେ ଅଧିକ ସମୟ ଦିଅନ୍ତି ଓ ମନୋରଂଜନ କରନ୍ତି ।
ଖେଳ ନିଶାରେ ଆପଣଙ୍କ ପିଲା !! ଜାଣିବେ କେମିତି ?
ନିତିଦିନ ଗେମ୍ ଅଭ୍ୟାସରୁ ନିଜ ପିଲାଙ୍କୁ ନିବୃତ୍ତ ରଖିବାକୁ ଅଭିଭାବକମାନେ ଚିନ୍ତାରେ ପଡିଯାଇଛନ୍ତି । ତେବେ ଏପରି ଅଭ୍ୟାସ ଥିଲେ ପିଲାଙ୍କୁ କେମିତି ଆପଣ ବଂଚାଇବେ ?
ରାଗିବା କିମ୍ବା ଚିଡଚିଡ୍ ହେବା
ଯଦି ଆପଣଙ୍କ ପିଲା ସବୁବେଳ ଗେମ୍ ଖେଳିବାରେ ମସଗୁଲ ରହୁଛି କିମ୍ବା ଏଥିପାଇଁ ତା ବ୍ୟବହାରରେ ପରିବର୍ତ୍ତନ ଦେଖାଯାଉଛି ଦେବେ ଅଭିଭାବକମାନେ ସତର୍କ ହେବା ଆବଶ୍ୟକ । କାରଣ ଏଭଳି ସ୍ଥିତିରେ ଛୋଟ ଛୋଟ କଥାରେ ପିଲାମାନେ ଚିଡଚିଡ୍ଠୁ ହୋଇଥାନ୍ତି ଓ ରାଗି ଯାଆନ୍ତି ।
ଠିକ୍ ରହିବା ନାହିଁ ଡେଲି ରୁଟିନ
ଯଦି କେହି ବ୍ୟକ୍ତି ଗେମ୍ ଅଭ୍ୟାସର ଶିକାର ହୋଇଥାନ୍ତି ତେବେ ସେ ନିଜ କାମ ଅପେକ୍ଷା ଅଧିକ ସମୟ ଗେମ୍ଠୁ ଖେଳିବାରେ ବିତାନ୍ତି । ତେବେ ଏଭଳି ପରିସ୍ଥିତିରେ ସାବଧାନର ସହ କାମ କରିବା ଦରକାର ।
କାମ କରିବାରେ ଲାଗିବ ନାହିଁ ମନ
କେବଳ ଯେ ପିଲାମାନେ ଗେମ ଖେଳରେ ନିଜକୁ ମସଗୁଲ କରନ୍ତି ତାହା ନୁହେଁ ବରଂ ଯୁବପୀଢି ଓ ବୟସ୍କମାନେ ମଧ୍ୟ ଗେମ ଖେଳରେ ନିଜକୁ ହଜାଇ ଦେଉଥିବାର ଖବର ନଜରକୁ ଆସିଛି । ଯଦି ଜଣେ ବ୍ୟକ୍ତି ପୂର୍ବ ଭଳି କାମ ନକରି ପାରୁଛି, କେବଳ ଫୋନରେ ସମୟ ଦେଉଛି ତେବେ ଏହା ଗେମ୍ ଆଡିକଟେଡ୍ ଲକ୍ଷଣ ବୋଲି ଜାଣିବେ ।
ପାଠ ପଢାରେ ମନ ନଲାଗିବା
ପିଲାମାନଙ୍କ ମଧ୍ୟରେ ଏହି ଲକ୍ଷଣ ଅତ୍ୟନ୍ତ ସାଧାରଣ । କିନ୍ତୁ ଯଦି ପିଲା ପାଠ ପଢାଠୁ ଅଧିକ ଫୋନରେ ସମୟ ଦେଉଛି ତେବେ ପିଲାଟି ଗେମ୍ ଆଡିକଟେଡ୍ ବୋଲି ଆମେ ଜାଣିବା । ତେବେ ଏପରି ସମୟରେ ସ୍କୁଲରେ ଦିଆଯାଉଥିବା ହୋମ ୱାର୍କ ବି ପିଲାମାନେ ସଠିକ ଭାବରେ କରିପାରନ୍ତି ନାହିଁ ।
ମିଳାମିଶା କମ୍ କରିଦେବା
ଗେମ୍ ଆଡିକ୍ଟ ଥିବା ପିଲାମାନେ ଅଧିକାଂଶ ସମୟ ଫୋନରେ ବିତାଇଥାନ୍ତି । ଏହି ସମୟ ମଧ୍ୟରେ ସେମାନେ କାହା ସହ ମିଳାମିଶା ଓ କଥା ହେବାକୁ ଭଲ ପାଇନଥାନ୍ତି । କାରଣ ସେମାନେ ନିଜ ମସ୍ତିଷ୍କକୁ ସବୁବେଳେ ଗେମ ସହ ଯୋଡି ରଖିଥାଆନ୍ତି ।
ତେବେ ଏମିତି କିଛି ଲକ୍ଷଣ ଦେଖିଲେ ଆପଣ ଜାଣିପାରିବେ କି ଆପଣଙ୍କ ପିଲା ଗେମ ଆଡିକଡେଟ୍ ଅଛି କି ନାହିଁ ।