ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ; ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ

ସତ୍ୟଶିଖା( ପୁରୀ )୦୨.୦୬. ୨୦୨୨ :  ଗୁୁରୁବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ, ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ମାମଲାର ଶୁଣାଣି। ବିଚାରପତି ବି ଆର ଗଭାଇ ଓ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠରେ ଶୁଣାଣି ତାଲିକା ସଂଖ୍ୟା ୨୦ରେ ଶ୍ରୀମନ୍ଦିର ମାମଲା ସ୍ଥାନ ପାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅତିରିକ୍ତ ଶୁଣାଣି ତାଲିକା ଅନୁଯାୟୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇ ଦ୍ୱାରା ଆଗତ ମାମଲା ଦ୍ୱୟର ଶୁଣାଣି ହେବ। ଆମସାର ଆଇନକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ମାମଲାକାରୀ ନ୍ୟାୟାଳୟରେ ଅଭିଯୋଗ କରିଛନ୍ତି। ତୁରନ୍ତ ନିର୍ମାଣ କାର୍ଯ୍ୟ ରୋକିବା ଲାଗି କାର୍ଯ୍ୟବନ୍ଦ ଆଦେଶ ଜାରି କରିବାକୁ ଏସଏଲପିରେ ନିବେଦନ କରାଯାଇଛି।

Exit mobile version