ଧର୍ମନ୍ୟୁଜ୍ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣା: ଦ୍ୱନ୍ଦ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

ସତ୍ୟଶିଖା( ପୁରୀ )୧୧.୦୩.୨୦୨୨ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଛି। ଏହାରି ଭିତରେ NMA ଓ ASI ଡିଜିଙ୍କ ଚିଠି ଏହି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।  NMA ପକ୍ଷରୁ ଦିଆଯାଇଥିବା NOC ବାବଦ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରିସେପ୍ସନ ସେଣ୍ଟର, ଇନ୍ଫରମେସନ କମ୍ ଡୋନେସନ୍ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୁଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଆଦି ନିର୍ମାଣ ଶହେ ମିଟର ନିଷିଦ୍ଧାଞ୍ଚଳର କେଉଁ ଯାଗାରେ କରାଯିବ ତାହା ପ୍ରଶାସନ ସ୍ପଷ୍ଟ କରୁ।  ନଚେତ ମେଘନାଦ ପାଚେରୀ ଠାରୁ ରେଗୁଲେଟେଡ୍ ଏରିଆ ଯାହାକି ଶହେ ମିଟର ଠାରୁ ୨ ଶହ ମିଟର ମଧ୍ୟରେ ଆସୁଛି, ସେହି ଯାଗାରେ ନିର୍ମାଣ କରାଯାଉ ବୋଲି NMA ତା’ର NOC ଚିଠିରେ ଉଲ୍ଲେଖ କରିଛି। ସେହିପରି ASI ଡିଜି ପୁରୀ ଗସ୍ତ ବେଳେ ଦେଇଥିବା ଭିଜିଟ୍ ନୋଟରେ ଉଲ୍ଲେଖ କରିଛନ୍ତି ଯେ ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କେନ୍ଦ୍ର ଯାହା ପ୍ରୋହିଭିଟେଡ୍ ଏରିଆ ଭିତରେ ଆସୁଛି, ତାକୁ ୧୦୦ ମିଟର ବାହାରେ ବା ରେଗୁଲେଟେଡ୍ ଏରିଆରେ କରାଯାଉ।  ଯାହା ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭଲ ବୋଲି ଲେଖିଛନ୍ତି ASI ଡିଡି।  ତେବେ ASI ଡିଜି ଓ NMAର ଚିଠିରେ ରେଗୁଲେଟେଡ୍ ଏରିଆରେ ନିର୍ମାଣ ପାଇଁ କୁହାଯାଇଥିବାରୁ ପ୍ରଶାସନ ଶହେ ମିଟର ବାହାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବନି ତ ?

Show More
Back to top button