

ସତ୍ୟଶିଖା( ନୂଆଦିଲ୍ଳୀ) ୧୭.୧୧.୨୦୨୧: ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ରାହୁଲଙ୍କର ଫିଲ୍ମ ସହ କୌଣସି ସମ୍ପର୍କ ନାହିଁ। ରାହୁଲଙ୍କର କୌଣସି ଫିଲ୍ମି ବ୍ୟାକ ଗ୍ରାଉଣ୍ଡ ନୁହନ୍ତି । ସେ ଜଣେ ନାଭି ଅଫିସର ବୋଲି ଜଣାପଡ଼ିଛି। ଉଭୟଙ୍କର ଆରେଞ୍ଜ କମ୍ ଲଭ୍ ମ୍ୟାରେଜ ହୋଇଥିବା ବେଳେ ଫ୍ୟାମିଲି ଜରିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥିଲା ଓ ଲାଇଫ୍ ପାର୍ଟନର ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ରାହୁଲ ସବୁବେଳେ ମିଡିଆଠୁ ଦୂରରେ ରହିବାକୁ ଭଲ ପାଆନ୍ତି। ହେଲେ ଏବେ ଦୁହେଁ ହାତକୁ ଦି ହାତ ହେବା ପରେ ଉଭୟଙ୍କ ବିବାହ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି।
ପ୍ରଥମେ ଶ୍ରଦ୍ଧାଙ୍କର ମେହେନ୍ଦି ଫଟୋ ଭାଇରାଲ ହୋଇଥିଲା । ଗତ ରାତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଶ୍ରଦ୍ଧା ଗୋଲଡେନ-ମେରୁନ କଲରର ଲେହେଙ୍ଗା ପିନ୍ଧିଥିଲେ। ଅନ୍ୟପଟେ ହ୍ୱାଇଟ୍ କଲର ଶେରୱାନୀରେ ରାହୁଲ ବି କୌଣସି ରାଜକୁମାରଠାରୁ କମ୍ ଲାଗୁ ନ ଥିଲେ। ରାହୁଲଙ୍କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିବା ବେଳେ ଶ୍ରଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରଦ୍ଧା ରାହୁଲଙ୍କୁ ‘ଆସ, ମୋତେ ଉଠାଓ’ ବୋଲି ଖୁଲମଖୁଲା କହୁଥିବା ଶୁଣିବାକୁ ମିଳୁଛି। ଏହା ଖୁବ୍ ଭାଇରାଲ ହେଉଥିବା ବେଳେ ଏହାପରେ ଶ୍ରଦ୍ଧାଙ୍କୁ ନେବାକୁ ରାହୁଲ ପହଞ୍ଚୁଥିବା ଦେଖିବାକୁ ମିଳୁଛି।
ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଶ୍ରଦ୍ଧା ନିଜ ରିଲେସନ୍କୁ ନେଇ ମୁହଁ ଖୋଲୁ ନ ଥିବା ବେଳେ କିଛି ଦିନ ପୂର୍ବେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯେଉଁଥିରେ ଲାଗୁଥିଲା କି ଶ୍ରଦ୍ଧା ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଫ୍ୟାନ୍ସ ଜାଣି ସାରିଥିବା ବେଳେ କାହାକୁ ବିବାହ କରିବେ ତାକୁ ନେଇ ଦେଖାଦେଇଥିଲା ସସ୍ପେନସ୍। ବର୍ତ୍ତମାନ ଉଭୟଙ୍କ ବିବାହ ଫଟୋ ପୋଷ୍ଟ ହେବା ପରେ ସବୁ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।