

ସତ୍ୟଶିଖା ( ପୁରୀ ) ୨୦.୧୨.୨୦୨୧: ସ୍ବର୍ଣ୍ଣାଭ ବେଳାଭୂମିରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଛି ଚଳଚ୍ଚିତ୍ର ଓ ଟେଲିଭିଜନ ସମ୍ମାନ ୧୯ତମ ସୋ’ ଟାଇମ୍ ୨୦୨୧ ଉତ୍ସବ। ଓ୍ବିନିଂ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ଉଦଘାଟନ ଉତ୍ସବରେ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାଶ, ଅଭିନେତା ତଥା ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏଲି ପାଢୀ, ସୋଫିଆ ଆଲାମ୍, ପ୍ରଦ୍ୟୁମ୍ନ ଲେଙ୍କା, ସୋନାଲି ଓଝା, ପ୍ରେମାଞ୍ଜନ ପରିଡା, ମହାପ୍ରସାଦ କର, ଅଳକା ଶତପଥୀ, ନିତୁ ପ୍ରିୟଦର୍ଶିନୀ, ଦିପ୍ତି ପାଢୀ, ସ୍ମିତାଞ୍ଜଳୀ ପତି, ରଶ୍ମୀରଞ୍ଜନ ସ୍ବାଇଁ, ଏଲିନା ଦାଶ ପ୍ରମୁଖ ୩୨ ଜଣ କଳାକାରଙ୍କୁ ସୋ ଟାଇମ୍ ପୁରସ୍କାର ଦିଆଯାଇଥିଲା।
ସେହିପରି କାଳୀ ରଥ, ଚନ୍ଦ୍ରଶେଖର ଲେଙ୍କା, ଓ କେଦାର ମିଶ୍ରଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। ଟେଲିଭିଜନ କ୍ଷେତ୍ରରେ ମଧ୍ୟ ବିଭିନ୍ନ କ୍ଷେତ୍ର ପାଇଁ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ମାହାରୀ ନୃତ୍ୟ, ଦୁର୍ଗା ଓ ଶ୍ରୀଗଣେଶ ବନ୍ଦନା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଭୁବନେଶ୍ବର ଓ କଟକର କଳାକାରମାନେ ମଡର୍ଣ୍ଣ ଡ୍ୟାନ୍ସ, ଫ୍ୟାସନ ସୋ’ ଓ ସଂଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଅନୁଷ୍ଠାନର ମୁଖ୍ୟ ପୁରୋଧା ସ୍ବର୍ଗତ ନବ ପ୍ରଧାନଙ୍କ ସ୍ମୃତିରେ ଚଳିତ ବର୍ଷ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୁବ ନେତା ତଥା ସଙ୍ଗଠକ ଶୁଭାଶିଷ ଖୁଣ୍ଟିଆ, ଅମିତ ମଲ୍ଲିକ, ଚକ୍ରଧର ମହାପାତ୍ର, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଭଗବାନ ସୁଆରଙ୍କ ସହ ଓ୍ବିନିଂ ସ୍ପୋର୍ଟିଂ ସମ୍ପାଦିକା ସନ୍ଧ୍ୟାରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।