ଶ୍ରୀକ୍ଷେତ୍ରରେ ଉଚ୍ଛେଦ ହେବ ବଡ଼ ଦାଣ୍ଡକୁ ଲାଗିକି ଥିବା ଦୋକନ

ସତ୍ୟଶିଖା ୨୫/୦୩/୨୦୨୫ : ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଆଗୁଆ ପ୍ଲାନ୍ । ଶ୍ରୀକ୍ଷେତ୍ରରେ ଉଚ୍ଛେଦ ହେବ ବଡ଼ଦାଣ୍ଡ ସଲଗ୍ନ ଏନକ୍ରୋଚମେଣ୍ଟ୍ । ଏକଜିଟ୍ ପଏଣ୍ଟକୁ ସଂକୀର୍ଣ୍ଣ କରିଛି ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ । ବଟଲ୍ ନେକ୍ ଚିହ୍ନଟ ହେଉଥିବା ବେଳେ ସଂକୀର୍ଣ୍ଣ ଗଳି ରାସ୍ତାର ହେବ ପ୍ରଶସ୍ତିକରଣ । ଡାଟା ଆନାଲିସିସ୍ ପନ୍ଥା ଆପଣାଇ କ୍ରାଉଡ ମ୍ୟାନେଜମେଣ୍ଟ୍ ହେବ । ସିସିଟିଭି, AI ଫିଚର୍ ସହ ଆପଣାଯିବ ଅପଡେଟେଡ୍ ଟେକ୍ନୋଲୋଜି ।

ଘୋଷଯାତ୍ରା ଭିଡ଼ରେ କ୍ରାଉଡ୍ ମୋବିଲାଇଜେଶନ୍ ପାଇଁ ଅଡ଼ୁଆ ସଂକୀର୍ଣ୍ଣ ବଡ଼ଦାଣ୍ଡ ସଂଲଗ୍ନ ଗଳି, ଏକ୍ସିଟ୍ ପଏଣ୍ଟ । ବଡ଼ଦାଣ୍ଡ ସଂଲଗ୍ନ ପ୍ରାୟ ୧୪ ଗଳିକୁ ସଂକୀର୍ଣ୍ଣ କରିଛି ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ । ଶ୍ରୀକ୍ଷେତ୍ରରେ ଦିନକୁ ଦିନ ବଢୁଛି ଭକ୍ତଙ୍କ ଭିଡ଼ । ଆଗକୁ ରଥଯାତ୍ରା ଥିବାବେଳେ ଅଡ଼ୁଆ କରିବ ସଂକୀର୍ଣ୍ଣ ରାସ୍ତା ବା ବଟଲ୍ ନେକ୍ । ପୂର୍ବରୁ ଶ୍ରୀମନ୍ଦିରଠାରୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ସଂଲଗ୍ନ ଯେଉଁସବୁ ଏକଜିଟ୍ ପଏଣ୍ଟ ଥିଲା,ତାହା ଏବେ ପ୍ରାଇଭେଟ୍ ଏଷ୍ଟାବ୍ଲିସମେଣ୍ଟ୍ ଯୋଗୁଁ ସଂକୀର୍ଣ୍ଣ ହୋଇଛି । ଫଳରେ ଭିଡ଼ରୁ ପ୍ରସ୍ଥାନ କରିବା ଚ୍ୟାଲେଞ୍ଜ ହୋଇଛି । ଲୋକଙ୍କୁ ଡ଼ାଇଭର୍ଟ ବା ଡିସପର୍ଶ କରିବା ପାଇଁ ପ୍ଲାନ୍ କରୁଛି ଜିଲ୍ଲା ଓ ପୋଲିସ୍ ପ୍ରଶାସନ ।

ସଂକୀର୍ଣ୍ଣ ବା ବନ୍ଦ ହୋଇଯାଇଥିବା ପଏଣ୍ଟ ଗୁଡ଼ିକୁ ଚଉଡ଼ା କରିବା ପାଇଁ ଚିହ୍ନଟ ହେଉଛି । ପାର୍କିଂ ପ୍ଲେସ୍ ଓ ଏକଜିଟ୍ ପଏଣ୍ଟରେ ଭିଡ଼କୁ ଡ଼ାଇଭର୍ଟ କରିବା ପାଇଁ ପ୍ରସ୍ତୁତ ହୋଇଛି ପ୍ଲାନ୍ । ଏଥିପାଇଁ ସମସ୍ତ ଅବରୋଧ ବା ଏନ୍‌କ୍ରୋଚମେଣ୍ଟକୁ ଉଚ୍ଛେଦ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ସେପଟେ ଏଥର ରଥଯାତ୍ରା ସମୟରେ ସିସିଟିଭି, AI ଫିଚର୍ ସହ ଆପଣାଯିବ ଅପଡେଟେଡ ଟେକ୍ନୋଲୋଜି ବା ଷ୍ଟେଟ ଅଫ୍ ଦି ଆର୍ଟ ଫିଚର୍ । ସବ୍‌କମିଟିରେ ବିଭକ୍ତ ହୋଇ ବରିଷ୍ଠ ଅଧିକାରୀମାନେ କରିବେ ମୋବିଲିଟି ପ୍ଲାନ୍ । ଡିଭୋଟି ଫ୍ରେଣ୍ଡଲି ବ୍ୟବସ୍ଥା ଉପରେ ପୋଲିସ ଦେଇଛି ଫୋକସ୍ । ଗଳି ଗଳି ବୁଲି ସଫିସିଏଣ୍ଟ ଏଭାକ୍ୱେଶନ ପଏଣ୍ଟ ପାଇଁ ପ୍ଲାନ୍ ଚାଲିଛି । ଶ୍ରୀ ମାର୍ଗ ସହ ବଡ଼ଦାଣ୍ଡ ସଂଯୋଗ ଗଳି ଉପରେ ମଧ୍ୟ ନଜର ରଖାଯାଇଛି । ପାର୍କିଂ ସ୍ଥଳରେ କମର୍ସିଆଲ ଆକ୍ଟିଭିଟି ହେଉଥିଲେ ପାର୍କିଂ ପାଇଁ ତାହା ଖୋଲାଯିବ ।

ଡାଟା ଆନାଲିସିସ୍, ବ୍ୟାପକ ଡ୍ରୋନ ନିରୀକ୍ଷଣ ଓ କ୍ରାଉଡ୍ ଡେନ୍‌ସିଟିର ଆଗୁଆ ଇନପୁଟ୍ ନେଇ ସେକ୍ଟର ୱାଇଜ୍ ହେବ ଭିଡ଼ ନିୟନ୍ତ୍ରଣ । ସେପଟେ ଗଳି କନ୍ଦି ରାସ୍ତାରେ ଅବରୋଧକୁ ସମ୍ପୂର୍ଣ୍ଣ ହଟାଇବାକୁ ଦାବି ହୋଇଛି । ତେବେ ଶ୍ରୀମାର୍ଗ ଲୋକ ଓ ଆମ୍ବୁଲାନ୍ସ ଯାତାୟାତ ତଥା ଇଭାକ୍ୱେସନ୍ ପାଇଁ ଏକ ବିକଳ୍ପ ହୋଇଥିବା ବେଳେ ବଡ଼ଦାଣ୍ଡ ଓ ଶ୍ରୀମାର୍ଗ ସଂଲଗ୍ନ ଉପଗଳି ଗୁଡ଼ିକୁ ମଧ୍ୟ ଅବରୋଧ ମୁକ୍ତ କରିବାକୁ ଦାବି ରହିଛି ।

Exit mobile version