

ସତ୍ୟଶିଖା (ଭୁବନେଶ୍ୱର) ୨୬.୦୩.୨୦୨୨: ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ପଇସାରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୯୫.୧୩ ପଇସା ହୋଇଛି। ଏହାକୁ ମିଶାଇ ଗଲା ୪ ଦିନ ଭିତରେ ୩.୫୦ପଇସା ବୃଦ୍ଧି ପାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମି ୧୫ରୁ ୨୦ ଦିନ ଯାଏଁ ଏଭଳି ତୈଳ ଦର ଲଗାତାର ବଢ଼ିବ ବୋଲି ରାଜ୍ୟ ପେଟ୍ରୋଲିଅମ ଡିଲର ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।