

ସତ୍ୟଶିଖା(ଭୁବନେଶ୍ୱର) ୨୪.୦୬.୨୦୨୧: ମହାମାରୀ କରୋନା ବେଳେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା କଟକ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଶିବ ଜେନା ଶେଷରେ ଧରା ପଡ଼ିଲା। ଶିବ ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF। କାଲି ଶିବଙ୍କ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଥିଲା STF। ଆଜି ଶିବପ୍ରସାଦଙ୍କୁ କୋର୍ଟରେ ହାଜର କରାଯିବା ପରେ ପଚରାଉଚରା ପାଇଁ ରିମାଣ୍ଡରେ ନିଆଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୁଲିସ୍ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ତଥା ଶିବପ୍ରସାଦଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଗିରଫ ପରେ ସେମାନଙ୍କୁ ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗିରଫ ୩ ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ଜାମିନ ଆବେଦନ ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି।