ସତ୍ୟଶିଖା :୩୦/୦୬/୨୦୨୫:ପ୍ରତ୍ୟେକ ବର୍ଷ ମୌସୁମୀ ବର୍ଷା ଲାଗି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନ ବେଳା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରୁହେ । ଚଳିତ ବର୍ଷ ମଧ୍ୟ ଏହି କଟକଣା ଲାଗୁ କରାଯିବ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ । ଯାହା ଜୁଲାଇ ୧ ତାରିଖରୁ ଲାଗୁ ହେବ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ।
ସୂଚନାଯୋଗ୍ୟ ଯେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬୦୮୩ ଜଣ ରାଜ୍ୟ ପର୍ଯ୍ୟଟକ, ୧୨୩୮୮ ଜଣ ରାଜ୍ୟ ବାହାରର ପର୍ଯ୍ୟଟକ, ୧୨ ଜଣ ବିଦେଶୀ ପର୍ଯ୍ୟଟକ ତଥା ମୋଟ ୩୮୪୮୩ ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଥିଲେ । ବରେହିପାଣି, ଗୁଡୁଗୁଡିଆ, କୁମାରୀ, ଜାମୁଆଣୀ, ରାମତୀର୍ଥ ନେଚର କ୍ୟାମ୍ପ ପରିଦର୍ଶନ ପାଇଁ ୨୭୫ ଲକ୍ଷ, ଜଙ୍ଗଲ ସଫାରୀ ରାଶି ୧୨୨.୧୫, ପ୍ରବେଶ ରାଶି ୨୯.୪୮ ଲକ୍ଷ ରାଶି ସଂଗୃହିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।