ଦେଶମନୋରଞ୍ଜନସିନେମା

ମିଡିଆ ଉପରେ ଭଡକିଲେ ଶିଳ୍ପା, କଲେ ୨୫ କୋଟିର ମାନହାନୀ ମକଦ୍ଦମା

ସତ୍ୟଶିଖା(ମୁମ୍ବାଇ) ୩୦.୦୭.୨୦୨୧: ପନୋଗ୍ରାଫିକ୍‌ ମାମଲା ପରି ସାଂଘାତିକ ଅଭିଯୋଗରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ ମିଡିଆ ଉପରେ ଭଡ଼କିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି। ସୋଶାଲ ମିଡିଓ ଓ ୱେବସାଇଟ୍‌ରେ ବହୁ ତଥ୍ୟହୀନ ଖବର ପ୍ରସାରଣ ଯୋଗୁ ଭାବମୂର୍ତ୍ତିରେ ଆଞ୍ଚ ଆସୁଥିବା ଅଭିଯୋଗ ଆଣି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ଏପରିକି  ଫେସବୁକ୍‌, ୟୁଟ୍ୟୁବ ଓ ଇନ୍‌ଷ୍ଟାଗ୍ରାମ୍‌କୁ ମଧ୍ୟ ଟାର୍ଗେଟ କରିଛନ୍ତି ଏହି ୪୬ ବର୍ଷୀୟା ଅଭିନେତ୍ରୀ । ଏପରିକି ସେ ୨୯ ମିଡିଆ କର୍ମଚାରୀ ଓ ମିଡିଆ ହାଉସ ଉପରେ ଏପରି ଆରୋପ ଲଗାଇ ୨୫ କୋଟିର ମାନହାନୀ ମକଦ୍ଦମା ବି କରିଛନ୍ତି।

ଅଶ୍ଳୀଳ ଭିଡିଓ ତିଆରି କରୁଥିବା ମାମଲାରେ  ଜେଲ୍‌ରେ ଥିବା ରାଜ୍‌ କୁନ୍ଦ୍ରାଙ୍କ ନାଁରେ ପ୍ରତିଦିନ ମିଡିଆରେ କିଛି ନା କିଛି ନୂଆ କଥା ସାମନାକୁ ଆସୁଛି।  ଗୋଟିଏ ପରେ ଗୋଟିଏ ବିବାଦ ଯୋଡ଼ି ହୋଇ ରାଜଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏଥିଯୋଗୁ ଶିଳ୍ପାଙ୍କୁ ବି ନାନା କଥା ଶୁଣିବାକୁ ପଡ଼ୁଛି।  ଏଥିରେ ଅତିଷ୍ଠ ହୋଇ ମିଡିଆ ଉପରେ ରାଗ ଶୁଝାଇଛନ୍ତି ଶିଳ୍ପା ସେଟ୍ଟି।

ସ୍ୱାମୀଙ୍କ ଜେଲ୍‌ ଯିବା ପରେ ମିଡିଆରେ ସ୍ୱାମୀଙ୍କୁ ଓ ତାଙ୍କ ପରିବାରକୁ ଟାର୍ଗେଟ କରି ନାନା କଥା ପ୍ରସାରିତ ହେଉଥିବାରୁ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା।  ତାଙ୍କର ଓ ତାଙ୍କ ପରିବାରର ଛବି ଓ ଭାବମୂର୍ତ୍ତିକୁ ଖରାପ କରିବା ପରି ବହୁ ସୋଶାଲ ମିଡିଓ ଓ ୱେବସାଇଟ୍‌ରେ ଷ୍ଟୋରି ଓ ଭିଡିଓ ପୋଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ଶିଳ୍ପା। ବହୁତ ମିଡିଆରେ ଆସୁଥିବା ଖବରର କିଛି ଆଧାର ନ ଥିବା ବେଳେ ତାହା ମିଥ୍ୟା ତଥ୍ୟ ଉପରେ ଆଧାରିତ। ତେଣୁ ଏଥିଯୋଗୁ ତାଙ୍କୁ ଗଭୀର ଆଘାତ ଲାଗିବା ସହ  ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି

Show More
Back to top button