ଥମୁନି ଜନନୀ ଯନ୍ତ୍ରଣା, ୪ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ l

ସତ୍ୟଶିଖା ( ନବରଙ୍ଗପୁର ) ୩୦ .୦୮.୨୦୨୦ :   ଥମୁନି ଜନନୀ ଯନ୍ତ୍ରଣା । ୪କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଳକ ମାଳିଆମ୍ବ ଗାଁରେ । ଗାଁକୁ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଶେଷରେ ପ୍ରସୂତୀଙ୍କୁ ୪କିଲୋମିଟର ଷ୍ଟ୍ରେଚରରେ ବୋହି ନେଲେ ଗାଁ ଲୋକେ । ସୂଚନାନୁସାରେ, ପାପଡାହାଣ୍ଡି ବ୍ଲକର ସାନବାରଲି ପଞ୍ଚାୟତ ମାଳିଆମ୍ବ ଗାଁର ସୁନ୍ଦୁରୁ ସାନ୍ତାଙ୍କ ପତ୍ନୀ ଦମେଇ ସାନ୍ତା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ।

ଏହାପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ରାସ୍ତା ଖରାପ ଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଶେଷରେ ଗାଁ ଲୋକେ ପ୍ରସୂତୀଙ୍କୁ ୪ କିଲୋମିଟର ଷ୍ଟ୍ରେଚରରେ ବୋହି ନେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ବାରମ୍ୱାର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ କାହିଁକି କିଛି ପଦକ୍ଷେପ ନିଆଯାଉନି ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version