ସତ୍ୟଶିଖା ୧୭ .୦୯.୨୦୨୦ : ଇସ୍ପାତନଗରୀ ରାଉରକେଲାରୁ ଆସିଛି ଚାଂଚଲ୍ୟକର ଗଣଦୁଷ୍କର୍ମ ଘଟଣା । ଅଭିଯୋଗ ଅନୁସାରେ, ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଗୁରୁଣ୍ଡିଆ ଅଂଚଳରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବାଇକରେ ଯାଉଥିବାବେଳେ ବାଇକଟି ତାମଡାଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯୁବତୀଙ୍କ ପୁରୁଷବନ୍ଧୁ ଆହତ ହୋଇଥିବେଳେ ଯୁବତୀ ଜଣକ ଅକ୍ଷତ ଅବସ୍ଥାରେ ଥିଲେ । ଏହି ସମୟରେ ଯୁବତୀଙ୍କୁ ସେଠାରୁ ଦୁଇଜଣ ଯୁବକ ସହାୟତା କରିବା ଆଳରେ ଉଠାଇ ଆଣି ରାଉରକେଲା ନେଇଆସିଥିଲେ ।

ପରେ ରାସ୍ତାକଡ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଜଣାପଡିଛି । ଏ ନେଇ ଛେଣ୍ଡ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ପରିବାର । ପୁଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି । ଆହତ ପୁରୁଷ ବନ୍ଧୁ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ସୁସ୍ଥ ହେବାପରେ ପୁଲିସ ତାକୁ ଜେରା କରିବ ବୋଲି ଜଣାପଡିଛି ।