

ସତ୍ୟଶିଖା ୨୦/୦୧/୨୦୨୧ : ରାଉରକେଲାରେ ପୁଣି ଲଜ୍ଜା । ଶାଳୀକୁ ଭିଣୋଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପଲ୍ଲୀ ଥାନା ମାଟିଆଡେରା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପଲ୍ଲୀ ଥାନା ମାଟିଆଡେରା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଶାଳୀଙ୍କୁ ଜଙ୍ଗଲକୁ ନେଇ ଭିଣୋଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡିତାଙ୍କ ପକ୍ଷରୁ ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଭିଣୋଇକୁ ଅଟକ ରଖି ପଚରାଉଚରା କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।