ରାଜ୍ୟ

ଆଜିଠୁ ସହିଦ ସପ୍ତାହ ଆରମ୍ଭ, ହିଂସାକାଣ୍ଡକୁ କମାଇବ ‘ଅପରେସନ ମନସୁନ’

ସତ୍ୟଶିଖା(ମାଲକାନଗିରି) ୨୮.୦୭.୨୦୨୧:  ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅପରେସନ ମନସୁନ। ଆଜିଠାରୁ ଆରମ୍ଭ  ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହାକୁ ଟକ୍କର ଦେବାକୁ ଓ ହିଂସାକାଣ୍ଡକୁ କମାଇବାକୁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ମନସୁନ’।

ମୁଖ୍ୟତଃ ବର୍ଷା ଋତୁ ଥିବାରୁ ନଦୀ ନାଳରେ ପାଣି ବଢ଼ିଯାଏ। ଏହି ସମୟରେ ପୁଲିସ୍‌ ଅପରେସନ ସାମାନ୍ୟ ଧିମା ପଡିବାର ସୁଯୋଗ ନେଇ ନକ୍ସଲମାନେ ଘଞ୍ଚ ଜଙ୍ଗଲରେ  ଆଦିବାସୀ ଯୁବକ ଯୁବତୀଙ୍କୁ ସାମିଲ କରି ସ୍ୱତନ୍ତ୍ର ତାଲିମ ଦେଇଥାନ୍ତି। ଏସବୁକୁ ନଜରରେ ରଖି ପୋଲିସ ଏପରି ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଛି । ଏଥିରେ ଯବାନଙ୍କ ସହ ମହିଳା କମାଣ୍ଡୋମାନେ ମଧ୍ୟ ସାମିଲ ହୋଇଛନ୍ତି।

ଏହି କମାଣ୍ଡୋମାନେ ମାଓବାଦୀଙ୍କ ପରି ଜଙ୍ଗଲରେ ରହିବା ସହ ଓ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ କିପରି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିପାରିବେ ନାହିଁ ସେସବୁ ଉପରେ ନଜର ରଖିଛନ୍ତି। ତେଣୁ କମାଣ୍ଡୋମାନେ ପାହାଡିଆ ନଦୀ ନାଳ ପାରିହୋଇ ଜଙ୍ଗଲ ଜଙ୍ଗଲ ବୁଲୁଛନ୍ତି । ସାଧାରଣ ଆଦିବାସୀଙ୍କୁ ସୁରକ୍ଷା ଯୋଗାଉଛନ୍ତି।  ଏହି  ସ୍ୱତନ୍ତ୍ର ଅପରେସନ ନକ୍ସଲ ନିପାତରେ ସହାୟକ ହେବ ବୋଲି ଦନ୍ତେଓଡ଼ା ଏସପି କହିଛନ୍ତି।

 

Show More
Back to top button