ଗଣଶିକ୍ଷା ମନ୍ତ୍ରୀ କହିଲେ – ସ୍କୁଲ ଖୋଲିବା ତାରିଖ ବଦଳିବ

ସତ୍ୟଶିଖା (ଭୁବନେଶ୍ୱର) ୩୧/୧୦/୨୦୨୦ : ଏବେ ଖୋଲିବନି ସ୍କୁଲ । ନଭେମ୍ବର ୧୬ରେ ଖୋଲିବନି ସ୍କୁଲ । ଏନେଇ ନ୍ୟୁଜ୍7କୁ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ୍ଶୀଘ୍ର S.R.C ଜାରି କରିବେ ସଂଶୋଧିତ ଗାଇଡଲାଇନ୍ ।ବିଭାଗୀୟ ମନ୍ତ୍ରୀଙ୍କୁ ଅନୁସାରେ , ନଭେମ୍ବର ମାସରେ ସ୍କୁଲ ଖୋଲିବ କିନ୍ତୁ ୧୬ରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏନେଇ ଗଣଶିକ୍ଷା ବିଭାଗରେ ଚାଲିଛି ଆଲୋଚନା । ସ୍କୁଲ ଖୋଲିବାରେ ଆଉ କିଛି ଦିନ ବିଳମ୍ବ ହୋଇପାରେ। ସେଥିଲାଗି ନଭେମ୍ବର ୧୬ରେ ଖୋଲିବନି ସ୍କୁଲ ।
ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ , ନଭେମ୍ବର ୧୬ରୁ ଖୋଲିବାର ଥିଲା ସ୍କୁଲ । ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି କରିଥିଲେ S.R.C । କିନ୍ତୁ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନାନୁସାରେ ନଭେମ୍ବର ୧୬ରେ ଖୋଲିବନି ସ୍କୁଲ ।