ଆସିଲା କରୋନାର ପ୍ରଥମ ଫଟୋ | Satyasikha


ନୂଆଦିଲ୍ଲୀ: ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଥିବା କରୋନା ଦେଖିବାକୁ କେମିତି? ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବାବେଳେ କରୋନାର ଫଟୋ ସାମ୍ନାକୁ ଆସିଛି। ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍ରୁ ମାଇକ୍ରୋସ୍କୋପ୍ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଛି।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ ଯେ ଏହି ଭାଇରସ୍ର ପ୍ରକୃତ ନାମ ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରି ସିଣ୍ଡ୍ରୋମ୍ କରୋନା ଭାଇରସ୍-୨ ବା ସାର୍ସ-କୋଭ୍-୨। ନୋଭେଲ୍ କରୋନା ଭାଇରସ୍ ନାମରେ ଏବେ ସବୁଆଡ଼େ ଚର୍ଚ୍ଚାରେ ରହିଛି ଏହି ଭାଇରସ୍। ଭାରତରେ ଜାନୁଆରୀ ୩୦ରେ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା।
ଏହି ମାଇକ୍ରୋସ୍କୋପି ଫଟୋଟି ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇଜେଏମ୍ଆରର ସଦ୍ୟ ପ୍ରକାଶିତ ସଂସ୍କରଣରେ ପ୍ରକାଶିତ ହୋଇଛି। ଗତବର୍ଷ ଚାଇନାର ଉହାନ୍ରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାଇରସ୍ ସାରା ବିଶ୍ୱରେ ମୃତ୍ୟୁରେ ତାଣ୍ଡବ ଲୀଳା ଚଲାଇଛି।