ନ୍ୟୁଜ୍ରାଜ୍ୟ

ଅସ୍ତରଙ୍ଗ ଓ କୋଣାର୍କ ବନାଞ୍ଚଳକୁ ଆସିଛନ୍ତି ୭ ପ୍ରକାର ବିଦେଶୀ ପକ୍ଷୀ

ସତ୍ୟଶିଖା(ଭୁବନେଶ୍ୱର ) ୦୬.୦୧.୨୦୨୨ : ବନ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଉପକୂଳ ଓ ବିଭିନ୍ନ ନଦୀ ପାର୍ଶ୍ୱବତ୍ତି ଅଞ୍ଚଳରେ ପକ୍ଷୀ ଗଣନା ଚାଲିଛି। ପୂର୍ବବର୍ଷ ଅପେକ୍ଷା ଏଥର ପାକ୍ଷୀମାନଙ୍କ ଆଗମନ ସଂଖ୍ୟା ବଡ଼ିଥିଲେ ମଧ୍ୟ ପ୍ରଜାତି ସଂଖ୍ୟା କମିଛି। ବର୍ତ୍ତମାନ ସୁଦ୍ଧା ୭ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି।

ଚଳିତବର୍ଷ ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ ୫ଟି ଟିମ୍‌ ଗଙ୍ଗାଦେବୀ, ନାସି, ନୂଆଗଡ଼, କେଳୁଣୀ ମୁହାଣ ପ୍ରମୁଖ ଅଞ୍ଚଳରେ ଗଣନା କରୁଛି। ବର୍ତ୍ତମାନ ସୁଦ୍ଧା ୭ ପ୍ରକାର ବିଦେଶାଗତ ପକ୍ଷୀ ଆସିଥିବା ଦେଖିବାକୁ ମିଳିଛି। ଠିକ୍‌ ସେହିପରି କୋଣାର୍କ ବନାଞ୍ଚଳ ଅଧୀନରେ  ୭ଟି ଟିମ୍‌ ପକ୍ଷୀ ଗଣନା କରି ୭ପ୍ରକାର ଦେଶୀୟ ପକ୍ଷୀ ଠାବ କରିଛନ୍ତି। ବିଶେଷ କରି ଅସ୍ତରଙ୍ଗ ଅଞ୍ଚଳରେ ନର୍ଦନ ପିଂଟେଲ, ବ୍ରାହ୍ମୀନ ରୁଡ଼ିସିଏଲ୍‌ ଡକ, ଲେସର ହ୍ୱିସିଲିଂ ଡକ, ୟୁରେସିଆଁ କାର୍ଲ୍ୟୁ, ବ୍ରାଉନ୍‌ ହେଡେଡ୍‌ ସି ଗଲ, ଡାର୍ଟର ଆଦି ବିଦେଶୀ ପକ୍ଷୀ ଦେଖାଯାଇଛନ୍ତି।

ଗତବର୍ଷ ୨୭ ପ୍ରକାର ଦେଶ ଓ ବିଦେଶର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। ପୁରୀ ଜିଲ୍ଲା ଉପକୂଳରେ ୩୦ ହଜାର ପକ୍ଷୀ ଦେଖିବାକୁ ମିଳିଥିବା ବେଳେ ଚଳିତବର୍ଷ ଏମାନଙ୍କ ସଂଖ୍ୟା ସାମାନ୍ୟ କମିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

Show More
Back to top button