ହିମାଳୟର କେଦାରକଣ୍ଠା ଅରୋହଣ କଲେ ସାତ ଓଡ଼ିଆ

ସତ୍ୟଶିଖା(ନୂଆଦିଲ୍ଲୀ) ୧୩.୧୨.୨୦୨୧: ହିମାଳୟର ୧୨, ୫୦୦ ଫୁଟ ଉଚ୍ଚତା ବିଶିଷ୍ଠ କେଦାରକଣ୍ଠା ପାହାଡ଼ ଶୀର୍ଷରେ -10°c ରୁ -12°c ହାଡ଼ ଭଙ୍ଗା ଶୀତରେ କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆ ର ମିଳିତ ଆନୁକୂଲ୍ୟ ରେ ଚୟନ ହୋଇଥିବା ଦେଶ ତଥା ଦେଶ ବାହାରୁ ୧୭ ଜଣ ପ୍ରତିଭା ଜାତୀୟ ପତାକା ଉଡ଼ାଇ ଥିଲେ। ସେଥି ମଧ୍ୟରୁ ୭ ଜଣ ଓଡ଼ିଆ ଥିଲେ। ବାହାରିନ ଦେଶରୁ ଜଣେ ସଦସ୍ୟ, କେରଳରୁ ୪ ଜଣ, ପଞ୍ଜାବରୁ ୨, କର୍ଣ୍ଣାଟକରୁ ଜଣେ ଏବଂ ନଇ ଦିଲ୍ଳିରୁ ଦୁଇ ଜଣ ସଦସ୍ୟ ଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ କଳିଙ୍ଗ ଡେୟାରଡେଭିଲସ ର ସଭାପତି ଡ.ସତ୍ୟପୀର ପଧାନ ଭୁବନେଶ୍ୱର ଠାରେ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ନେତୃତ୍ୱ ମଧ୍ୟ ନେଇଥିଲେ।

ବଲାଙ୍ଗୀରରୁ ଡ. ଛବିଲାଲ ମେହେର, କଳାହାଣ୍ଡିରୁ ଡ.ଯୋଗେଶ୍ୱର ନାଏକ, ପ୍ରଭାତ କୁମାର ମହାନ୍ତି, ଜିତେନ୍ଦ୍ର ସାହୁ, ନବରଙ୍ଗପୁରରୁ ପ୍ରଦୀପ କୁମାର ସିହ୍ନ।, ସୁନ୍ଦରଗଡ଼ରୁ ବିଶ୍ଵକର୍ମା ସିଂହ ପ୍ରମୁଖ ଚଢ଼ାଲି ଦଳ ର ସଦସ୍ୟ ଥିଲେ।

ସାତ ତାରଖ ସକାଳୁ ଆରୋହଣ ପାଇଁ ଉତ୍ତରାଖଣ୍ଡ ରାଜ୍ୟର ସାଂକ୍ରି  ଗ୍ରାମରୁ ଯାତ୍ରା ଆରମ୍ଭ ହୋଇଥିଲା। ଦୀର୍ଘ ଚାରି ଦିନ ବରଫର ପାହାଡ଼ ରେ ଚାଲିବା ପରେ ଦଶ ତାରିଖ ମଧ୍ୟରାତ୍ର ୨.୩୦ରେ ଶେଷ ଶିଖରରେ ପହଞ୍ଚିବା ପାଇଁ ସର୍ବନିମ୍ନ ତାପମତ୍ରାର ପୋଷାକ ଏବଂ ସମସ୍ତ ଉପୋଜୋଗୀ ଉପକରଣ ସହିତ  ସାହସିକତାର ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସକାଳ ୬.୩୦ ସମୟ ରେ ପାହାଡ଼ ର ଶିଖରରେ ପହଞ୍ଚି ଦେଶ ଆଉ ରାଜ୍ୟ ପାଇଁ ଗୌରବ ଆଣିଥିଲେ।

ସାତ ଜଣ ଓଡ଼ିଆଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ନିମନ୍ତେ ହାଇଟେକ୍ ଗ୍ରୁପ ର ଚେୟାରମେନ ଡ.ତିରୁପତି ପାଣିଗ୍ରାହୀ ଭୁବନେଶ୍ୱର ରୁ ଦିଲ୍ଲୀ ଯାଏ ବିମାନ ର ବ୍ୟବସ୍ଥା କରିଥିଲେ।

Exit mobile version