ରାଜ୍ୟସ୍ୱାସ୍ଥ୍ୟ

ସେପ୍ଟେମ୍ବର ଗାଇଡଲାଇନ : କଟକ, ଭୁବନେଶ୍ୱର, ପୁରୀରୁ ହଟିବକି ସପ୍ତାହାନ୍ତ ସଟଡାଉନ୍?

ସତ୍ୟଶିଖା(ଭୁବନେଶ୍ୱର ) ୩୧.୦୮ .୨୦୨୧: ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ । ପାର୍ବଣ ଋତୁରେ ସରକାର କେଉଁ କଟକଣା ହଟାଇବେ, କାହାକୁ ରଖିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଦୀର୍ଘଦିନ ଧରି କରୋନା କଟକଣା ଯୋଗୁଁ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଯାଇଛି । ତେଣୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ଭଳି କଟକଣା ହଟାଇବାକୁ ଦାବି ହେଉଛି । ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର ।

ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର । କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା ରହିବ, କାହାକୁ ହଟାଇବେ ସରକାର । ଏହା ହିଁ ସବୁଠୁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ତେବେ ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କିଛି ପରିବର୍ତନ ଆଣିପାରନ୍ତି ରାଜ୍ୟ ସରକାର ।

 

Show More
Back to top button