ସତ୍ୟଶିଖା ୧୦/୧୨/୨୦୨୦ : ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଜି ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । ନିବେଶକମାନେ ବିପୁଳ ପରମାଣର କାରବାର କରିବା ଯୋଗୁଁ ସେନ୍ସେକ୍ସ ଏହାର ଇତିହାସରେ ପ୍ରଥମ ଥର ଲାଗି ୪୬ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିଛି । ଆଜି ସେନ୍ସେକ୍ସ ୪୯୫ ପଏଣ୍ଟ୍ ବୃଦ୍ଧି ସହ ୪୬,୧୦୪ ପଏଣ୍ଟ୍ରେ ବନ୍ଦ ହୋଇଛି । ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ଆଜି ୧୩୬ ପଏଣ୍ଟ୍ ବୃଦ୍ଧି ପାଇ ୧୩, ୫୨୯ ପଏଣ୍ଟ୍ରେ ବନ୍ଦ ହୋଇଛି । କରୋନା ଟିକା ଆସିବା ସ୍ଥିତି ଅଧିକ ସ୍ପଷ୍ଟ ହେବା ଓ ବଜାରକୁ ବିଦେଶୀ ପୁଞ୍ଜି ଆସୁଥିବାରୁ ମଧ୍ୟ ନିବେଶକମାନେ ଉତ୍ସାହିତ ଅଛନ୍ତି । ଏହି ଦୁଇଟି ପ୍ରମୁଖ କାରଣ ଯୋଗୁଁ ସେନ୍ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଗତ ନଭେମ୍ବର ୧୦ରୁ ଡିସେମ୍ବର ୯ ମଧ୍ୟରେ ସେନ୍ସେକ୍ସରେ ୩୦୦୦ ପଏଣ୍ଟ୍ ବୃଦ୍ଧି ହୋଇଛି ।
ସେନ୍ସେକ୍ସ ୨୦,୧୨୨ ପଏଣ୍ଟ୍ ବଢିଛି ଲକ୍ଡାଉନ୍ ପରେ
