ସତ୍ୟଶିଖା( ଭୁବନେଶ୍ୱର )୩୦.୦୮. ୨୦୨୨: ପାଖାପାଖି ୨ ମାସ ପରେ ଜେଲରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଦିନ ତଳେ ହାଇକୋର୍ଟରୁ ଜାମିନ ମିଳିଥିବା ବେଳେ ଗତକାଲି ସେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି ।
ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ଚାୱଲାଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର ଜିନିଷ କିଣିଥିଲେ। ମାତ୍ର ସେ ଏହି ଟଙ୍କା ଦେଇ ନ ଥିବା ନେଇ ବ୍ୟବସାୟୀଜଣକ EOW ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି EOW ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିଲା। ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଅର୍ଦ୍ଧେନ୍ଦୁ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ଏହି ସମୟରେ ମୋ ସହ ଛିଡା ହୋଇଥିବାରୁ ମୁଁ ସେମାନଙ୍କ ପାଖରେ ଋ଼ଣୀ । ଯୁଗେ ଯୁଗେ ସତ୍ୟର, ଧର୍ମର ଜୟ ହୋଇଛି। ଯାହା ଜଣାଇବି କାଳିଆ ପାଖକୁ ଯାଇ ଜଣାଇବି ।