ସତ୍ୟଶିଖା(ଭୁବନେଶ୍ୱର) ୨୯.୦୫.୨୦୨୧: କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସ । କରୋନାରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ହେଲା ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ । ୧୯୬୫ ମସିହାରେ ଇଂରାଜୀ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତି । କଟକର ସାୟିକ ରିପୋର୍ଟର ଭାବେ ଆରମ୍ଭ ହୋଇଥିବା ତାଙ୍କର ସାମ୍ବାଦିକ ଜୀବନରେ ଅନେକ ସଂସ୍ଥା ଓ ଖବରକାଗଜ ସହ ଜଡିତ ହୋଇଥିଲେ । ୨୦୦୨ରେ ଅନୁସନ୍ଧାନର ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଗଣମାଧ୍ୟମର ବୃତିଗତ ଚାକିରି ଜୀବନରୁ ଅବ୍ୟାହତି ନେଇ ଜଣେ ମୁକ୍ତବୃତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ ସକ୍ରିର ରହିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ସମେତ ୧୬ଟି ପୁସ୍ତକ ରଚନା କରିଛନ୍ତି ବସନ୍ତ ଦାସ । ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା, ତାଙ୍କର ବହୁ ଫଠିତ ଓ ବହୁ ଆଦୃତ ପୁସ୍ତକ ।
ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ ପରଲୋକ
