ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ଗତମାସରେ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍ଙ୍କର ବୁଧବାର ପାହାନ୍ତାରେ ଦେହାନ୍ତ ହୋଇଯାଇଛି । ଶରୀରର ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପୁଅ ଫୈସଲ୍ ପଟେଲ୍ ଟୁଇଟ୍ରେ ଘୋଷଣା କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ
