ଦେଶସ୍ୱାସ୍ଥ୍ୟ

ଡରାଇଲାଣି କରୋନାର ତୃତୀୟ ଲହର, ଆଜି ମୋଦିଙ୍କ ବୈଠକ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୪.୦୮ .୨୦୨୧: ଏବେଠୁ ଡରାଇଲାଣି କରୋନାର ତୃତୀୟ ଲହର । ଅକ୍ଟୋବର ସୁଦ୍ଧା ଦେଶରେ  ତୃତୀୟ ଲହର ଆସିଯିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଯେଉଁଥିରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।

ଅପରାହ୍ଣ ୩ଟା ୩୦ରେ ବସିବାକୁ ଥିବା ବୈଠକରେ ତୃତୀୟ ଲହରର ମୁକାବିଲା ପାଇଁ ବର୍ତ୍ତମାନର କରୋନା ସ୍ଥିତି ନେଇ ଆଲୋଚନା ହୋଇପାରେ । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, କ୍ୟାବିନେଟ ସଚିବ ଓ ନୀତି ଆୟୋଗ ସାମିଲ ହେବେ । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ, ତୃତୀୟ ଲହର ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଆସିବା ନେଇ କୁହାଯାଇଥିଲା । ଏହାକୁ ନେଇ ସମସ୍ତଙ୍କୁ ସତର୍କ କରାଇପାରନ୍ତି ପ୍ରଧାନମନ୍ତ୍ରୀ ।

Show More
Back to top button