ନ୍ୟୁଜ୍ମନୋରଞ୍ଜନରାଜ୍ୟସିନେମା

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଆଉ ନାହାନ୍ତି

ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : ପ୍ରସିଦ୍ଧ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଓଡ଼ିଆ ମଞ୍ଚ, ଧାରାବାହିକ ଓ ଫିଲ୍ମରେ ଅଭିନୟ କରି ରବି ମିଶ୍ର ବେଶ ଲୋକପ୍ରିୟତା ହାସଲ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଟେଲି ଧାରାବାହିକ ‘ଗୋପାଳ ରହସ୍ୟ’ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ‘ଗୋପାଳ ରହସ୍ୟ’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅନେକ ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି ।

Show More
Back to top button