ସତ୍ୟଶିଖା( ଭୁବନେଶ୍ୱର )୧୮.୧୦.୨୦୨୨: ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୧ କେଜି ୬୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି।
ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି- ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ପୁଲିସ୍ ଲେନ୍ ପିଡବ୍ଲ୍ୟୁଡି କଲୋନୀର ଏସ୍କେ ରାଜୁ ଓ ଖପରପଡ଼ାର ଆମଜଦ ଖାନ।
ଗୁଇନ୍ଦା ସୂଚନା ଆଧାରରେ ସୋମବାର ବାଲେଶ୍ୱର ପୁଲିସ୍ ସହିତ ମିଳିତ ଭାବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହିତ ବ୍ରାଉନ୍ ସୁଗର ଜବତ କରିଥିଲା। ଜବତ ବ୍ରାଉନ୍ ସୁଗରର ଦାମ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ବାଇକ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍।
ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ତା’ର ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ୨୦୨୦ରୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୬୦ କେଜିରୁ ଅଧିକ ବ୍ରାଉନ୍ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ୍, ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି। ଏହି ସବୁ ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୧୬୨ ଜଣଙ୍କୁ ଗିରଫ କରିଛି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
