
ସତ୍ୟଶିଖା : ୧୨/୦୪/୨୦୨୫: ଚାତରି ଜଙ୍ଗଲରେ ଚାଲିଥିବା ଏନକାଉଣ୍ଟରରେ ଜୈଶ କମାଣ୍ଡର ସୈଫୁଲ୍ଲାହ, ଫରମାନ ଓ ବାଶା ସେନା ଗୁଳିରେ ନିହତ । ଏହି ତିନି କୁଖ୍ୟାତ ଆତଙ୍କବାଦୀଙ୍କ ମୁଣ୍ଡ ଉପରେ ୫-୫ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ରାଶି ଥିଲା । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୯ରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷକର୍ମୀଙ୍କ ଦ୍ୱାରା ଆତଙ୍କବାଦୀ ନିପାତ ଅଭିଯାନ ଜାରି ରହିଛି । ଶୁକ୍ରବାର ବିଳମ୍ୱିତ ରାତିରେ ବି ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଶନିବାର ସାକଳେ ଜଣେ ସେନା ଗୁଳିରେ ଟଳିଛି ।
ଏହି ଆଣ୍ଟି ଟେରୋରିଜିମ୍ ଅପରେସନରେ ସେନାର ୨,୫ ଓ ୯ ପାରା କମାଣ୍ଡୋ, ସିଆରପିଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସ ସାମିଲ ଥିଲେ । ଘଞ୍ଚ ଜଙ୍ଗଲର ଫାଇଦା ନେଇ ଆତଙ୍କବାଦୀ ଅନୁପ୍ରବେଶ କରିବା ସହ ଆକ୍ରମଣ ପାଇଁ ଉଦ୍ୟମ କରନ୍ତି । ଏଥିପାଇଁ ଏହି ଅଭିଯାନ ଘଞ୍ଚ ଜଙ୍ଗଲରେ ହିଁ କରାଯାଇଥିଲା । ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ସେନା ପକ୍ଷରୁ ହେଲିକପ୍ଟର ଓ ଡ୍ରୋନର ସାହାଯ୍ୟ ନେଇଛି ।ରିପୋର୍ଟ ଅନୁସାରେ ଏନକାଉଣ୍ଟର ସ୍ଥାନରୁ ପ୍ରଚୁର ପରିମାଣର ହତିଆର ଓ ଗୋଳା-ବାରୁଦ ମଧ୍ୟ ଜବତ ହୋଇଛି । ଉଧମପୁର ଓ କିସ୍ତୱାଡା ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷକର୍ମୀ ବଡ଼ ଅଭିଯାନ ଜାରି ରଖିଛନ୍ତି । ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି ଯେ ସୀମା ଆରପଟୁ ଆସିଥିବା ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି ।