ନ୍ୟୁଜ୍
ସମ୍ବଲପୁର ଜିଲ୍ଲାର ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି l


ସତ୍ୟଶିଖା ୧୨.୦୮.୨୦୨୦ : ସମ୍ବଲପୁର ଜିଲ୍ଲାରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ବଡବଜାରର ହଟଲି ଛକ, ହୀରାକୁଦ କଲୋନୀ, ଝାଡୁଆପଡାର ଶ୍ରଦ୍ଧାକର ସୁପକରା ଗଳି, ପାଞ୍ଚଗୋଛିଆର ହରଗୌରୀପଡା, ଜଗନ୍ନାଥ ମନ୍ଦିର କଲୋନୀ, ହାଉସିଂବୋର୍ଡ କଲୋନୀ, ଧନୁପାଲିର ଶିବ ନଗର, ମୋତିଝରଣର ଏକ୍ସପ୍ଲୋସିଭ୍ କଲୋନୀ, ବରେଇପାଲିର ନୂଆପଡା, କଂସାରିପଡାରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳର ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ମନା ରହିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।