ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେତ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ଅଛନ୍ତି । ଏପରିକି କିଛି ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଆସିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଫ୍ରାନ୍ସରେ କରୋନା ସଂକ୍ରମଣର ୨ୟ ଲହରୀ ଆସିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଫ୍ରାନ୍ସ ସରକାର ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛନ୍ତି । ଫ୍ରାନ୍ସରେ ଏହା ୨ୟ ଥର ପାଇଁ ଲାଗୁ ହୋଇଛି । ଯାହାକି କରୋନା ସଂକ୍ରମଣକୁ ରୋକିବାରେ ସହଯୋଗ କରିବ । କରୋନା ମୁକାବିଲାକୁ ଜୋରାଦାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
କରୋନାର ଦ୍ୱିତୀୟ ଲହରୀ
