ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

କରୋନାର ଦ୍ୱିତୀୟ ଲହରୀ

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେତ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ଅଛନ୍ତି । ଏପରିକି କିଛି ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଆସିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଫ୍ରାନ୍ସରେ କରୋନା ସଂକ୍ରମଣର ୨ୟ ଲହରୀ ଆସିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଫ୍ରାନ୍ସ ସରକାର ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛନ୍ତି । ଫ୍ରାନ୍ସରେ ଏହା ୨ୟ ଥର ପାଇଁ ଲାଗୁ ହୋଇଛି । ଯାହାକି କରୋନା ସଂକ୍ରମଣକୁ ରୋକିବାରେ ସହଯୋଗ କରିବ । କରୋନା ମୁକାବିଲାକୁ ଜୋରାଦାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର ୮ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି ୯ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ୪ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସରକରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।ଖବର ଅନୁଯାୟୀ, ଦିନକୁ ୨୦ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଯାହାକି କରୋନାର ୨ୟ ଲହରୀ ବୋଲି କୁହାଯାଉଛି । ଏହାପରେ ଏପରି ପଦକ୍ଷେପ ନିଆଯାଇଥିବା ରାଷ୍ଟ୍ରପତିଙ୍କ ତରଫରୁ ଘୋଷଣା କରାଯାଇଛି । ତେବେ ଏହି ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ସମୟରେ ଆମକୁ ବହୁତ କଠିନ ପଦକ୍ଷେପ ଉଠାଇବାକୁ ପଡିବ ବୋଲି ସରକାର କହିଛନ୍ତି । ଏହାପୂର୍ବରୁ କରୋନା ଭାଇରସ ବିରୋଧରେ ଲଢେଇ ପାଇଁ ମାର୍ଚ୍ଚ ମାସରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରାଯାଇଥିଲା ।  ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।କିନ୍ତୁ ପ୍ରଥମ କଟକଣା ୧୦ଜୁଲାଇରେ ଶେଷ କରାଯାଇଥିଲା ।

Show More
Back to top button