ରାଜନୀତି

ଆଜି ଛତିଶଗଡ଼ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ସତ୍ୟଶିଖା(ଭୁବନେଶ୍ୱର) ୧୭.୧୧.୨୦୨୩ : ଆଜି ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ବାକି ଥିବା 70ଟି ଆସନ ପାଇଁ ହେବ ଭୋଟିଂ। ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଟିଏସ ସିଂଦେଓଙ୍କ ସହ 8 ମନ୍ତ୍ରୀ, ୪ ସାଂସଦଙ୍କ ସହ 958 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ତେବେ 22ଟି ଜିଲ୍ଲାର ଏହି 70ଟି ଆସନ ପାଇଁ 827 ଜଣ ପୁରୁଷ, 130 ଜଣ ମହିଳା ଏବଂ ଜଣେ କିନ୍ନର ନିର୍ବାଚନ ରଣାଙ୍ଗନରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। 1 କୋଟି 63 ଲକ୍ଷ 14 ହଜାର 479 ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ। 70ଟି ନିର୍ବାଚନ ମଣ୍ଡଳୀରେ ମୋଟ 18 ହଜାର 833ଟି ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା।  ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ। ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତ ସାବ୍ୟସ୍ତ କରିଥିଲେ। ସେପଟେ ମଧ୍ୟପ୍ରଦେଶର 230 ଆସନ ପାଇଁ ମଧ୍ୟ ଆଜି ହେଉଛି ଭୋଟିଂ। ମୋଟ୍ 2533 ପ୍ରାର୍ଥୀ ନିର୍ବାଚନ ଲଢିବେ । ଏଥିପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Show More
Back to top button