ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୨୪ ଘଣ୍ଟାରେ ୧୫୭୮ କରୋନା ପଜିଟିଭ୍ ଚିହ୍ନଟ, ୬୮ ମୃତ

ସତ୍ୟଶିଖା(ଭୁବନେଶ୍ୱର) ୩୧.୦୭.୨୦୨୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୬୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୦୨କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪୩୬ ଜଣ ଥିବା ବେଳେ କଟକରୁ ୨୧୨, ଅନୁଗୋଳରୁ ୪୭, ବାଲେଶ୍ୱରରୁ ୭୮, ବରଗଡ଼ରୁ ୯, ଭଦ୍ରକରୁ ୫୨, ବଲାଙ୍ଗିରରୁ ୮, ବୌଦ୍ଧରୁ ୪, ଦେବଗଡ଼ରୁ ୮, ଢେଙ୍କାନାଳରୁ ୧୯, ଗଜପତିରୁ ୧୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୧୩, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୭, କୋରାପୁଟରୁ ୧୪, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୨, ପୁରୀରୁ ୧୦୯, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୧୮, ସୋନପୁରରୁ ୧୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୯ ଜଣ ଅଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି।

Show More
Back to top button