ଦେଶନ୍ୟୁଜ୍ରାଜନୀତିରାଜ୍ୟ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ !

ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୦୯.୨୦୨୦ : ଆଜିଠୁ ଆରମ୍ଭ ହେବେ ସଂସଦର ମୌସୁମୀ ଅଧିବେଶନ। ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିବ । ମୌସୁମୀ ଅଧିବେଶନରେ ୪୫ଟି ବିଲ୍, ଦୁଇଟି ଆର୍ଥିକ ବିଲ୍ ମୋଟ ୪୭ଟି ବିଲ ପାରିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ମୌସୁମୀ ଅଧିବେଶନ ଦୁଇଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ରାତି ୭ଟା ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ସିଫ୍ଟର ଅବଧି ରହିବ ୪ ଘଣ୍ଟା। ଆଜି ସକାଳ ବେଳା କେବଳ ଲୋକସଭା ବସିବ । ପ୍ରଥମ ଦିନକୁ ବାଦ୍ ଦେଲେ  ଅକ୍ଟୋବର ୧ ଯାଏଁ ସକାଳେ ରାଜ୍ୟସଭା ଓ ଅପରାହ୍ନରେ ଲୋକସଭାରେ ମୌସୁମୀ ଅଧିବେଶନ ଚାଲିବ । ଏଥର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନି କି ପ୍ରାଇଭେଟ ମେମ୍ବର୍ସ ବିଲ୍ ରହିବନି। ଜିରୋ ଆୱାରକୁ ସିମୀତ କରାଯିବ । କୌଣସି ବ୍ରେକ୍ ରହିବନି । ଶନିବାର ଓ ରବିବାରରେ ମଧ୍ୟ ଚାଲିବ ମୌସୁମୀ ଅଧିବେଶନ ।

କରୋନା ସଂକ୍ରମଣକୁ ରୋକିବାକୁ ଲାଗି କେତେଗୁଡିଏ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ସାଂସଦଙ୍କ କୋଭିଡ ପରୀକ୍ଷା ହେବ । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ସାଂସଦମାନେ ଆରଟି ପିସିଆର ଟେଷ୍ଟ କରାଇନେବାକୁ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତ୍ୱ ନିୟମ ପାଳନ କରି ସାଂସଦମାନଙ୍କର ବସିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଂସଦମାନଙ୍କର ବସିବାର ସୁବିଧା ଲାଗି ଏଥର ରାଜ୍ୟସଭା ଓ ଲୋକସବାରେ ଚାମ୍ବର୍ସ ଓ ଗ୍ୟାଲେରିର ଉପଯୋଗ କରାଯିବ ।

Show More
Back to top button