ଦେଶବିଦେଶସ୍ପେଶାଲ୍ ରିପୋର୍ଟ

ଦେଶ ବିଦେଶ ରେ ଇତିହାସ ରଚିଲା ସ୍କଟଲାଣ୍ଡ୍

ସତ୍ୟଶିଖା (ଏଡିନବର୍ଗ) ୨୬/୧୧/୨୦୨୦ : ଆଜି ବି ମହିଳାମାନଙ୍କୁ ସବୁ ଦିନ ପିରିୟଡ଼ସ୍ (ଋତୁସ୍ରାବ) ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏବେ ବି କେତେକ ଲୋକଙ୍କ ଚିନ୍ତାଧାରା ହେଉଛି ମହିଳା ପିରିୟଡ଼ସରେ ଶୁଦ୍ଧ ହୋଇନଥାନ୍ତି । ସେହିପରି ଅନେକ ମହିଳା ଆଜି ବି ପିରିୟଡରେ କପଡ଼ା ବ୍ୟବହାର କରିଥାନ୍ତି । ପିରିୟଡ଼ସରେ ବ୍ୟବହୃତ ହେଉଥିବା ଜିନିଷ ମହଙ୍ଗା ହୋଇଥାଏ ଯାହା ଫଳରେ ମହିଳାମାନେ କପଡ଼ା ବ୍ୟବହାର କରିଥାନ୍ତି କିନ୍ତୁ ସେମାନଙ୍କୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଭାରତରେ ମଧ୍ୟ ପିରିୟଡ଼ସ୍ ପ୍ରଡକ୍ଟସ୍ କିଣିବାକୁ ପଡ଼ିଥାଏ କିନ୍ତୁ ସ୍କଟଲାଣ୍ଡ ଏପରି ଏକ ଦେଶ ହୋଇଯାଇଛି ଯେଉଁଠାରେ ପିରିୟଡ଼ସର ସବୁ ଜିନିଷ ମାଗଣାରେ ମିଳିବ ।

ସ୍କଟଲାଣ୍ଡ ଏହାକୁ ନେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଏଠାରେ ଏବେ ମହିଳାଙ୍କୁ ପିରିୟଡ଼ରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରଡକ୍ଟ ମାଗଣାରେ ମିଳିବ । ସ୍କଟିଶ୍ ପାର୍ଲିଆମେଣ୍ଟ୍ ପିରିୟଡ଼ସ୍ ପ୍ରଡକ୍ଟସକୁ ନେଇ ଏକ ବିଲ୍ ପାସ୍ କରିଛି । ଦେଶରେ ଏକମତ ସହ ପିରିୟଡ଼ସ୍ ପ୍ରଡକ୍ଟ ଆକ୍ଟ ପାସ୍ କରି ଦିଆଯାଇଛି । ଏବେ ଏହି ଆଇନ୍ ପାରିତ ହେବା ପରେ ସ୍ଥାନୀୟ ପ୍ରଶାସନ ସମସ୍ତ ମହିଳାଙ୍କୁ ପିରିୟଡ଼ସ୍ ସହ ଜଡ଼ିତ ଏବଂ ଏହି ସମୟରେ ବ୍ୟବହୃତ ହେଉଥିବା ପ୍ରଡକ୍ଟସକୁ ମାଗଣାରେ ଦେବ ।ଏହି ଅଭିଯାନକୁ ଆରମ୍ଭ ଏବଂ ଏହାର ନେତୃତ୍ବ କରୁଥିବା ସ୍କଟିଶ୍ ଲେବରର ସ୍ବାସ୍ଥ୍ୟ ମୁଖ୍ୟ ମୋନିକା ଲେନନ ଏହି ଦିନକୁ ଗର୍ବର ଦିନ କହିଛନ୍ତି ।

ନିଜ ଖୁସି ପ୍ରକାଶ କରି ଲେନନ କହିଛନ୍ତି ଯେ ଏହା ସେହି ସମସ୍ତ ଯୁବତୀ ଏବଂ ମହିଳାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ ଯେଉଁମାନଙ୍କୁ ପିରିୟଡ଼ ସମୟରେ ଏହି ସବୁ ଜିନିଷ ମିଳୁନଥିଲା । ସମୁଦାୟ ସ୍ତରରେ ପୂର୍ବରୁ ହିଁ ଅନେକ ବିକାଶ ଘଟିଛି ଏବଂ ସ୍ଥାନୀୟ ପ୍ରଶାସନ ଜରିଆରେ ସମସ୍ତଙ୍କୁ ପିରିୟଡ଼ରେ ସମ୍ମାନ ମିଳି ପାରିବ । ଲେନନ ଆଗକୁ କହିଛନ୍ତି ଯେ ଏବେ ଏହି ମୁଦ୍ଦା ଉପରେ ସାର୍ବଜନିକ ଭାବେ ଚର୍ଚ୍ଚା ହେଉଛି ଏବଂ ଏହା ଏକ ବଡ଼ ପରିବର୍ତ୍ତନ । କିଛି ବର୍ଷ ଯାଏଁ ହୋଲିରୁଡ ଚ୍ୟାମ୍ବରରେ ଖୋଲାଖୋଲିଭାବେ ପିରିୟଡ଼କୁ ନେଇ କଥାବାର୍ତ୍ତା କରାଯାଉନଥିଲା ଏବଂ ଏହା ମୁଖ୍ୟଧାରାରେ ରହିଛି ।

Show More
Back to top button