ସତ୍ୟଶିଖା (ଭୁବନେଶ୍ୱର) ୪/୧୧/୨୦୨୦ : ଚଳିତ ମାସରେ ରାଜ୍ୟରେ ସ୍କୁଲ ଖୋଲିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ହେବ ସମ୍ପୂର୍ଣ୍ଣ ପାଠପଢା । ପିଲା ସ୍କୁଲକୁ ନଆସିଲେ ଅନ୍ଲାଇନ୍ରେ ପାଠ ପଢା ବ୍ୟବସ୍ଥା କରାଯିବ । ୩୦% ପାଠ୍ୟକ୍ରମ ହ୍ରାସ ହୋଇଛି । ଆଉ ଅଧିକ ହ୍ରାସ ହେବ ନାହିଁ । ବାକି ୭୦% ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ସ୍କୁଲ ପାଠପଢା ନେଇ ପ୍ରସ୍ତୁତ ହେବ ସ୍ଵତନ୍ତ୍ର ଏସଓପି । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ । ସ୍କୁଲ ପରିଚାଳନା ବେଳେ କରୋନା ଗାଇଡଲାଇନ୍ କଡାକଡି ପାଳନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଥିଲେ । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପେଟେ ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍ଲାଇନ୍ରେ ଉଲ୍ଲେଖ କରିଥିଲେ ଏସଆରସି ।