ସତ୍ୟଶିଖା : ୧୯.୧୨.୨୦୨୦ : କରୋନା ସଂକ୍ରମଣ କାରଣରୁ ଗତ ମାର୍ଚ୍ଚ ମାସରୁ ବିହାରରେ ବନ୍ଦ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୁଣି ଖୋଲିବ । ରାଜ୍ୟ ସରକାର ଏହି ସବୁ ସଂସ୍ଥାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ୪ ଜାନୁଆରୀରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଶିକ୍ଷାଅନୁଷ୍ଠାନ ସରକାର ଖୋଲିବାକୁ ଯାଉଛନ୍ତି ।
ପ୍ରଥମେ ନବମ ଓ ଦଶମ ଶ୍ରେଣୀ ପିଲା ସ୍କୁଲ ଯିବେ । ଏହାପରେ ସମୀକ୍ଷା କରାଯିବ । ଜାନୁଆରୀ ୧୮ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇପାରନ୍ତି । ଏଥିପାଇଁ ବିହାର ସରକାର ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି ।