
ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : ସ୍କୁଲ ଫି’ ଛାଡ଼ ହେବ। କାର୍ଯ୍ୟକାରୀ ହେବ ସ୍ଵାକ୍ଷରିତ ଚୁକ୍ତିପତ୍ର । ଘରୋଇ ସ୍କୁଲ ଫି ଛାଡ ପ୍ରସଙ୍ଗରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଘରୋଇ ଅଣ-ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବ୍ ରେ ଫି’ କୋହଳ କରାଯିବ । ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି’ ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନକରିବାକୁ କୁହାଯାଇଛି । ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।