ସତ୍ୟଶିଖା ୧୩/୦୧/୨୦୨୧ : ବିପର୍ଯ୍ୟସ୍ତ ହୋଇପଡିଛି ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକଲ୍ ସେବା । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଇଗଲାଣି ବହୁ ସଂଖ୍ୟକ ସାଇକେଲ । ଏପଟେ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି । ତେବେ ବିଏମସି କମିସନର କହିଛନ୍ତି, ଯାହା ସମସ୍ୟା ରହିଛି, ମାସକ ମଧ୍ୟରେ ତା’ର ସମାଧାନ କରାଯିବ । କେଉଁ ସାଇକେଲ, ଭଙ୍ଗା ଅବସ୍ଥାରେ ପଡିରହିଛି, କାହା ଉପରେ ବହଳ ମୋଟାର ଧୂଳି ଜମିଛି, ଆଉ କାହାର ସିଟ୍ କଣା ହେଇଗଲାଣି । ଅନେକ ସାଇକେଲରେ ଲକ୍ ସ୍କାନର ମଧ୍ୟ କାମ କାମ କରୁନାହିଁ । ୨୦୧୮ରେ ରାଜଧାନୀରେ ବଡ଼ ଧୁମଧାମରେ ଆରମ୍ଭ ହୋଇଥିଲା ମୋ ସାଇକଲ ସେବା । କିନ୍ତୁ ରକ୍ଷଣାବେକ୍ଷଣାର ଅଭାବ ହେତୁ ସାଇକେଲଗୁଡିକ ନଷ୍ଟ ହେବାକୁ ବସିଲାଣି । ଏବେ ମୋ ସାଇକଲ ବ୍ୟହହାରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି ।
ରାଜଧାନୀରେ ମୋ ସାଇକେଲ ଯୋଜନାର ବିକଳ ଚିତ୍ର
