ରାଶିଫଳ

ଶନିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ୧୨/୧୨/୨୦୨୦ :

ମେଷ – ଶନିବାର ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିବା ସହିତ ଆଶା କରୁଥିବା ଜିନିଷ ନିଶ୍ଚିତ ପାଇ ପାରିବେ । କିନ୍ତୁ ଆତ୍ମୀୟମାନଙ୍କ ଉପରେ ଭୁଲ୍ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବୃଷ – ସ୍ଥଗିତ ଥିବା କାମଟି ବନ୍ଧୁଙ୍କ ସାହାର୍ଯ୍ୟରୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିବେ । ପରିଜନଙ୍କ ସମ୍ବନ୍ଧରେ କୌଣସି ଶୁଭ ସମ୍ବାଦ ଶୁଣି ଖୁସି ହେବେ । ଦିନରେ କଠୋର ପରିଶ୍ରମ ହେତୁ ରାତ୍ରିରେ ଅନିଦ୍ରାଜନିତ ପୀଡା ଅନୁଭବ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ମିଥୁନ – କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତିରେ କାମ କଲେ ଉପକୃତ ହେବେ । ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି । କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ ଲାଲ୍  ଶୁଭ ଅଙ୍କ ୬ ।

କର୍କଟ – ସମସ୍ୟାଗୁଡିକର ସମୀକ୍ଷା କରି କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନସ୍ଥ କରିବେ । ନିର୍ମାଣାଧୀନ ଗୃହ କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କ ଆଶଙ୍କା ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ସିଂହ – ଶନିବାର ମନମୁତାବକ କାମଗୁଡିକ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ । ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ପରିବାରର ଅସଜଡା ପରିସ୍ଥିତିକୁ ସଜାଡି ନେବେ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

କନ୍ୟା – ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଆନୁସଙ୍ଗିକ ସୁବିଧା ସୁଯୋଗ ପାଇ ପଡୋଶୀଙ୍କ ଠାରୁ କାମ ହାସଲ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ତୁଳା – ସ୍ୱାସ୍ଥ୍ୟ ଭଲ ରହିବା ସହ ପସନ୍ଦର ଜିନିଷ କିଣିବାର ସୁଯୋଗ ପାଇବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ଶୁଭ ରଙ୍ଗ କଳା । ଶୁଭ ରଙ୍ଗ ୫ ।

ବିଛା – ଶନିବାରର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ୱାଭାବିକ ରହିବ । କିନ୍ତୁ ପ୍ରତ୍ୟେକ କଥାରେ ପଡୋଶୀଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ଧନୁ – କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାମନାରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଭୁଲ୍ ବୁଝାମଣା ଯୋଗୁଁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧।

ମକର – ଶନିବାର ସକାଳୁ ଇଚ୍ଛା କରିଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ବନ୍ଧୁଙ୍କ ଅନାଦର ଭାବ ଯୋଗୁଁ ଦୁଃଖୀ ହେବେ । ସତର୍କତା ଅଭାବରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ । ଶୁଭ ରଙ୍ଗ  ଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ  – ସହକର୍ମୀଙ୍କ ସହାୟତାରୁ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରାଦମରେ କରିଚାଲିବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମୀନ – ନିଜ ଲୋକମାନଙ୍କ ଟାହି ଟାପରାକୁ ସହି ପାରିବେ ନାହିଁ କିମ୍ବା କହି ପାରିବେ ନାହିଁ । ମଧ୍ୟାହ୍ନରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କିରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

Show More
Back to top button