ସତ୍ୟଶିଖା ( ଶନିବାର ) ୧୭.୧୦.୨୦୨୦ :
ମେଷ – ବନ୍ଧୁଙ୍କ ସହାୟତାରେ କର୍ମକ୍ଷେତ୍ରରେ ନୈରାଶ୍ୟ କ୍ରମଶଃ ଦୂରେଇଯିବ । ଆପଣଙ୍କ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାର୍ଯ୍ୟ କରିପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।
ବୃଷ – କର୍ମକ୍ଷେତ୍ରରେ ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ । ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୫ ।
ମିଥୁନ – ଛୋଟ ଛୋଟ କଥାକୁ ନେଇ ପରିବାର ଭିତରେ ତର୍କବିତର୍କ ଲାଗିପାରେ । ନିଜର କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
କର୍କଟ – ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଆପଣ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ସିଂହ – ପାରସ୍ପରିକ ସହ-ଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବ । ତଥାପି ଯେ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଶୁଭ ଅଙ୍କ ଗ୍ରୀନ୍ । ଶୁଭ ଅଙ୍କ ୯ ।
କନ୍ୟା – ପାରିବାରିକ କ୍ଷେତ୍ରରେ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ତୁଳା – ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ସରକାରୀ କାମ, ଚୁକ୍ତିପତ୍ର ସକାଶେ ବହୁତ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ଛୋଟବଡ ସମସ୍ୟାର ସରଳ ସମାଧାନ କରି ଏକପ୍ରକାର ଆନନ୍ଦ ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ବିଛା – ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ । ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଧନୁ – ସାହାର୍ଯ୍ୟ ସହ-ଯୋଗ ଲାଭ କରି ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିପାରିବେ । ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ମକର – ପରିବାରର ପରିସ୍ଥିତିକୁ ଆଖି ଆଗରେ ରଖି ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ପିତା କିମ୍ବା ମାତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉନ୍ନତି ଘଟିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
କୁମ୍ଭ – ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳିବ ଏବଂ ପାଇବେ ମଧ୍ୟ । ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତି କମିବା ବଦଳରେ ବଢିଯିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।
ମୀନ – କର୍ମ କ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତି ପଡିଯାଇଥିବ । ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।