ରାଶିଫଳ

ଶନିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶନିବାର ) ୦୮.୦୮.୨୦୨୦ :

ମେଷ- ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି । ବହୁମୂଲ୍ୟବାନ ଦ୍ରବ୍ୟଲାଭ ହେବ । ଯଶସ୍ୱୀହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀସ୍ତରରେ ସମ୍ମାନିତ ହେବାସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବେ ।

ବୃଷ- ବିଭିନ୍ନସ୍ତରରୁ ଅର୍ଥ ପ୍ରାପ୍ତ ହେବ । ସୁଯୋଗସୃଷ୍ଟି ହୋଇଛି । କୁଳ-ବଂଶର ସମ୍ମାନ ରକ୍ଷାକରିବେ । ମନ ପ୍ରସନ୍ନରହିବ । ଦୟାଳୁସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।

ମିଥୁନ- ବିବାଦୀୟ ଘଟଣାରେ ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣଜୀବନ ଯାପନ କରିବେ ।

କର୍କଟ- ଜମିବାଡି ବିବାଦରେ ଜଡିତ ହୋଇ ପାରନ୍ତି । ସାମାନ୍ୟ ଅସୁସ୍ଥ ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।

ସିଂହ- କର୍ମକ୍ଷେତ୍ର ଏପରି ସୁଗମ ହେବ ଯେ, ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବ ।

କନ୍ୟା- ନିଜ ଉପରେ ଯେପରିଚାପ ନ ପଡିବ ସେଥି ପାଇଁଚେଷ୍ଟା କରିବେ । ଆତ୍ମବଡିମା ଦେଖାଇ ପାରନ୍ତି । ଚାକିରିରେସୁନାମ ଅର୍ଜନ କରିବେ ।

ତୁଳା- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁରଲାଭ ମିଳିବ ।

ବିଛା-ସୁ-ସମ୍ବାଦ ପାଇଖୁସିହେବେ । ଉଦାର ସ୍ୱଭାବର ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ- କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ ।

ମକର- କିଛି ସମସ୍ୟାର ସମ୍ମୁଖୀନ ହେଲେ ବି ଧନାଗମରେ ବାଧା ଉପୁଜିବ ନାହିଁ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିବିଶେଷଭାବେ ନିଜର ପରିଚୟ ସୃଷ୍ଟି କରିବେ ।

କୁମ୍ଭ- ସୁଖ-ସମ୍ମାନ ଲାଭ କରିପାରନ୍ତି । ରୁଚିୁକର ଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ ।

ମୀନ- ଘାତଚନ୍ଦ୍ରଭୋଗ ହେଉଥିବାରୁ ସମସ୍ୟାକୁ ଜଗିଚଳିବାକୁ ପଡିବ । ଥଣ୍ଡାକଫରେ ପୀଡିତ ହୋଇପାରନ୍ତି । ସାମୟିକଭାବେ ନିରୋଳାରେ କାର୍ଯ୍ୟ କରିବାକୁ ଇଚ୍ଛା କରିବେ ।

Show More
Back to top button