ବାସ୍ତୁଶାସ୍ତ୍ରରାଶିଫଳ

ଶନିବାର ରାଶିଫଳ : କେମିତି ରହିବ ଆପଣଙ୍କ ଦିନ…

ସତ୍ୟଶିଖା(ଭୁବନେଶ୍ୱର) ୨୬.୦୬.୨୦୨୧:

ମେଷ : କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବା ଭଳି ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆ ହେଲେ ଏହା ଆପଣଙ୍କ କ୍ଷତି କରିବ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ, ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ଚିନ୍ତା ଦୂର ପାଇଁ ଦେବାଳୟକୁ ବୁଲିଯାଆନ୍ତୁ ।

ବୃଷ : ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ। ଆଉ ଏହା ଜୀବନରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେ କରନ୍ତୁ ନାହିଁ । ବିରାମ ନିଅନ୍ତୁ ଏବଂ ବେଳେବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।

ମିଥୁନ : ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ତେଣୁ ପରିବାରର ସଦସ୍ୟ ,ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟ ମନେ କରିବେ । ଶାରୀରିକ ତଥା ମାନସିକ ସୁସ୍ଥତା ଜାରି ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି ।

କର୍କଟ : ଆଜି ଦିନଟି ଶୁଭଫଳଦାୟକ ଅଟେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ମିଳିପାରେ । ଉପରିସ୍ଥ ହାକିମ ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିବେ । ପ୍ରତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗକୁ ବଢିବେ ଏବଂ ଏଥିରେ ତୃପ୍ତିଲାଭ କରିବେ । ରଚନାତ୍ମକ, କଳାପ୍ରତି ଆକର୍ଷିତ ହେବେ । ଖର୍ଚ୍ଚର ପରିମାଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ : ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ଦମନ ନକଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା କର୍ମରେ ଲିପ୍ତ ରହିବେ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀୟ କର୍ମରେ ଆଗ୍ରହ ପ୍ରକାଶକରିବେ । ଛାତ୍ରଛାତ୍ରୀ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ ଏବଂ ସେମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିବେ ।

କନ୍ୟା : କୌଣସି କଚେରୀ ଜାତୀୟ କାଗଜ ଇତ୍ୟାଦି ଦସ୍ତଖତ ବେଳେ ସାବଧାନ ରୁହନ୍ତୁ । ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଖରାପ ସ୍ୱାସ୍ଥ୍ୟ ଓ ଦୁଃଚିନ୍ତାକୁ ଆପଣ ଅଙ୍ଗେଅଙ୍ଗେ ଅନୁଭବ କରିବେ। ଲୋକମାନେ ଆପଣଙ୍କୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ। ଅଧିକ ଖର୍ଚ୍ଚରୁ ନିବୃତ ରହନ୍ତୁ।

ତୁଳା : ନିଜମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ପ୍ରତି ସଫଳତା ପାଇବା ପାଇଁ ଭଗବାନ ହିଁ ଭରସା । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ ସମୟ ଅତିବାହିତ କରିବେ । ଶତ୍ରୁଜୟ କରିବେ, ଯେଉଁ କାର୍ଯ୍ୟରେ ଆଜି ଆପଣ ହାତଦେବେ ସୁଫଳ ପାଇବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ ।

ବିଛା : ନିଜର ପରିବାରର ସଦସ୍ୟ କିମ୍ୱା ସାମାଜିକ ସ୍ତରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ତେଣୁ ମତଭେଦ ହେବା ପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହିଭଳି କିଛି ଭ୍ରାନ୍ତିକୁ ଦୂର କରିବାକୁ ପ୍ରାଣପୂର୍ବକ ଚେଷ୍ଟା କରନ୍ତୁ । ନିଜକୁ ଏହିଭଳି ସ୍ଥିତିରୁ ମୁକୁଳିବାକୁ ଚେଷ୍ଟା ନକଲେ ସାଧାରଣ ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଧନୁ : ଆଜି ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ୱଳ ରହିବ। କାର୍ଯ୍ୟର ମିଠାଫଳ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରନ୍ତୁ ଏବଂ ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ଏହା ବାଣ୍ଟନ୍ତୁ । ଶାରୀରିକ ସୁସ୍ଥତା ରହିବ ଓ ମନ ଆନନ୍ଦ ରହିବ । ବନ୍ଧୁ ଏବଂ ପରିବାର ସହ ପରିଦର୍ଶନରେ ଯିବେ ।

ମକର : ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ, କୋଧାନ୍ବିତ ରହିବେ ଓ ଆର୍ଥିକ କ୍ଷତି ହୋଇପାରେ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇ ସମସ୍ୟା ବିଚାରାଳୟକୁ ଯାଇପାରେ ।

କୁମ୍ଭ : ସମ୍ମାନ ଲାଭ କରିପାରନ୍ତି । ନିଜ କାର୍ଯ୍ୟ ବାଣିଜ୍ୟ ବ୍ୟବସାୟରୁ ଉପକୃତ ହେବା ସଙ୍ଗେ ସଙ୍ଗେ ବାନ୍ଧବୀଙ୍କଠାରୁ ମଧ୍ୟ ସାହାଯ୍ୟ ପାଇପାରନ୍ତି । ନିଜର ସନ୍ତାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପିତ ହୋଇପାରେ ଏବଂ ସେମାନଙ୍କ ଠାରୁ ଖୁସିର ଖବର ପାଇପାରନ୍ତି । ଆପଣ ନିଜର ଅବସର ସମୟରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପ୍ରେମ ଓ ବିବାହ କ୍ଷେତ୍ରରେ ପ୍ରସ୍ତାବ ଆସିପାରେ ।

ମୀନ : ଆଜି ଦିନଟି ସଫଳ ଯୁକ୍ତ ହେବ । ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ ମନ ପ୍ରଫୁଲ ରହିବ,ବ୍ୟବସାୟ ଭଲ ହେବ, କରଜ ମିଳିବ । ପିତା ତଥା ବୟସ୍କମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ଭରିଜିବ । ସରକାରୀ ସହାୟତା ମିଳିବ । ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ ।

Show More
Back to top button