ଦେଶ

ସନ୍ଧ୍ୟାରେ ଶପଥ ନେବେ ଶିବରାଜ ସିଂହ ଚୌହାନ!

ଭୋପାଲ: ବିଜେପିର ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଆଜି ସନ୍ଧ୍ୟା ୭ଟାରେ ଏହି ଶପଥ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କୁହାଯାଉଛି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ପରେ ଏଭଳି ସ୍ଥିତି ଉପୁଜିଛି।

ଆହୁରି ପଢ଼ନ୍ତୁ

ବିଜେପିର ପୂର୍ବ ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚତୁର୍ଥ ଥର ପାଇଁ ଏହି ପଦରେ ଶପଥ ନେବେ। ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍‌ ହେବାର ଥିଲା। କିନ୍ତୁ ଠିକ୍‌ ଏହା ପୂର୍ବରୁ ହିଁ କମଲ ନାଥ ଇସ୍ତଫା ଦେଇ ଦେଇଛନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ କଂଗ୍ରେସର ପୋଷ୍ଟର ବୟ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବା ପରେ ଏଠାକାର ସ୍ଥିତି ଓଲଟି ଯାଇଛି। ସିନ୍ଧିଆ ୧୮ ବର୍ଷରେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ପରେ ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

କଂଗ୍ରେସ ଏହି ବିଧାୟକମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ଏପରିକି ସୁପ୍ରିମକୋର୍ଟ ଯାଏ ମଧ୍ୟ କଥା ଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ପାଇଁ ଗତ ସପ୍ତାହର ଗୁରୁବାର ଯାଏ ମହଲତ ଦେବା ପରେ ଏଥିରେ ଭିନ୍ନ ମୋଡ଼ ଆସିଥିଲା। ଶେଷରେ କମଲ ନାଥଙ୍କ ସରକାର ଭାଙ୍ଗିବା ସହ ବିଜେପି ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା।

[ad_2]
Show More
Back to top button