ସତ୍ୟଶିଖା(ଭୁବନେଶ୍ୱର )୧୯.୧୧.୨୦୨୨:
ମେଷ: ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ। ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ।
ବୃଷ: ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇଯିବ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍।
ମିଥୁନ: ସନ୍ତାନସନ୍ତତିମାନଙ୍କର ଶୁଭ ଖବର ପାଇ ଖୁସି ହେବେ । ବ୍ୟବସାୟିକ କ୍ଷେତ୍ରରେ ଆୟର ସ୍ରୋତ ଖୋଲିଯିବା ସହ ଧନମାନ ଦିଗରୁ ସୁରକ୍ଷିତ ରହିବେ । ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ।
କର୍କଟ: ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ସଫଳତା ମିଳିବ ।
ସିଂହ: ପାରିବାରିକ କ୍ଷେତ୍ରରେ ର୍ଧୈଯ୍ୟ ଓ ସହନଶୀଳତା କାଏମ ରହିବ । ଛାତ୍ରଛାତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।
କନ୍ୟା: ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥଲାଭର ସୁଯୋଗ ପାଇବେ । ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ବ୍ୟତିବ୍ୟସ୍ତ ହୋଇଯିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ସୁଯୋଗ ପାଇ କାର୍ଯ୍ୟରେ ଖୁସି ହେବେ। …