ରାଶିଫଳ

ଶନିବାର ରାଶିଫଳ : ଆସାନ୍ତୁ ଜାଣିବା କେମିତି କଟିବ ଆଜିର ଦିନଟି

ସତ୍ୟଶିଖା (ଭୁବନେଶ୍ୱର ) ୧୦.୧୨.୨୦୨୨ :

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ। ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହେବେ ।

ବୃଷ: ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ ।

ମିଥୁନ: ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ, ଆର୍ଥିକ ସମସ୍ୟାର ସମାଧାନ ହେବ। ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭଫଳ ମିଳିବ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

କର୍କଟ:  ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ବନ୍ଧୁ ଦର୍ଶନର ସୁଯୋଗ ଅଛି। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ  । ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ । ଅପରାହ୍ନରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

ସିଂହ: ବିଳମ୍ବ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ । ବ୍ୟବସାୟ କିମ୍ବା ପରିବହନରେ ଲାଭବାନ ହେବେ । ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

କନ୍ୟା:  ପରିସ୍ଥିତିକୁ ଲାଘବ କରିବା ପାଇଁ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗରେ ମନୋନିବେଶ କରିବେ। ସାହିତ୍ୟ ଓ ସଭା ସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ।

ତୁଳା: ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ, ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନଟିକୁ କାଟିବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହୋଇ ସେଥିରେ ସଫଳ ହେବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ବିଛା:  ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, ଯେକୌଣସିମତେ ଅର୍ଥ ରୋଜଗାର ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ। କ୍ରୀଡାକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ, ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ ।

ଧନୁ:  ଦୂରଯାତ୍ରା କରିବାର ସୁଯୋଗ ପାଇପାରିବେ । ବ୍ୟବସାୟ ଓ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ ରହିବ, କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ, ପୁରାତନ ରୋଗର ଉପସମ ହେବ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିବେ । ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।

ମୀନ:  ଆପଣଙ୍କ ପାଇଁ ଦିନଟି ଲାଭପ୍ରଦ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।

Show More
Back to top button